Categories: ବାଣିଜ୍ୟ

ବଜାଜ୍‌ ଫିନ୍‌ସର୍ଭର ନୂତନ ଉତ୍ପାଦ

ଭୁବନେଶ୍ୱର,୩୦।୭: ବଜାଜ ଫିନ୍‌ସର୍ଭ ଆସେଟ୍‌ ମ୍ୟାନେଜମେଣ୍ଟ ଲିମିଟେଡର ନୂତନ ଉତ୍ପାଦ ‘ବଜାଜ ଫିନ୍‌ସର୍ଭ ଲାର୍ଜ କ୍ୟାପ୍‌ ଫଣ୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ଫଣ୍ଡ୍‌ ଦୀର୍ଘାବଧିରେ ଉତ୍ତମ ରିସ୍କ-ଆଡ୍‌ଜଷ୍ଟେଡ ରିଟର୍ନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ବଜାଜ ଫିନ୍‌ସର୍ଭ ଲାର୍ଜ କ୍ୟାପ୍‌ ଫଣ୍ଡର ଏକ ଉଚ୍ଚ ସହମତିପୂର୍ଣ୍ଣ ଷ୍ଟକ୍‌ ଚୟନ ଆଭିମୁଖ୍ୟ ସହିତ ଏକ କେନ୍ଦ୍ରୀଭୂତ ପୋର୍ଟଫୋଲିଓ ରହିବ, ଯାହା ଦୀର୍ଘାବଧିରେ ବେଞ୍ଚ୍‌ମାର୍କଠାରୁ ଭଲ ପ୍ରଦର୍ଶନ କରିବ।

ବଜାଜ ଫିନ୍‌ସର୍ଭ ଲାର୍ଜ କ୍ୟାପ୍‌ ଫଣ୍ଡ ଲାର୍ଜ କ୍ୟାପ୍‌ କମ୍ପାନୀଗୁଡିକର ଇକ୍ୱିଟି ଏବଂ ଇକ୍ୱିଟି ସମ୍ବନ୍ଧିତ ସିକ୍ୟୁରିଟିଗୁଡିକରେ ୮୦%ରୁ ୧୦୦% ନିବେଶ କରିବ। ଏ ସମ୍ପର୍କରେ ବଜାଜ ଫିନ୍‌ସର୍ଭ ଆସେଟ୍‌ ମ୍ୟାନେଜମେଣ୍ଟ ଲିମିଟେଡର ସିଇଓ ଗଣେଶ ମୋହନ କହିଛନ୍ତି, ବଜାଜ ଫିନ୍‌ସର୍ଭ ଲାର୍ଜ କ୍ୟାପ୍‌ ଫଣ୍ଡ୍‌ ନିବେଶକଙ୍କୁ ଏକ ଏକକ ନିବେଶ ମାର୍ଗ ମାଧ୍ୟମରେ କର୍ପୋରେଟ୍‌ ଇଣ୍ଡିଆର ଚାମ୍ପିୟନଗୁଡିକରେ ନିବେଶ କରିବା ପାଇଁ ଏକ ସ୍ବତନ୍ତ୍ର ସୁଯୋଗ ପ୍ରଦାନ କରୁଛି। ଏହି ଫଣ୍ଡ୍‌ ଷ୍ଟକ୍‌ ଚୟନ କ୍ଷେତ୍ରରେ ଦୃଢ ସହମତି ଦ୍ୱାରା ଚାଳିତ ଏକ କେନ୍ଦ୍ରୀଭୂତ ପୋର୍ଟଫୋଲିଓ ସୃଷ୍ଟି କରିବ ଏବଂ ଦୀର୍ଘାବଧିରେ ବେଞ୍ଚମାର୍କ ଇଣ୍ଡେକ୍ସକୁ ଅତିକ୍ରମ କରିବା ପାଇଁ ଏକ ଉଚ୍ଚ ସକ୍ରିୟ ଶେୟାର ରଣନୀତି ବଜାୟ ରଖିବ।

ଏହି ଫଣ୍ଡ୍‌ ନିବେଶକଙ୍କ ପୋର୍ଟଫୋଲିଓରେ ଏକ ମୂଲ୍ୟବାନ ଯୋଗ ହେବ ଏବଂ ଏହା ସେମାନଙ୍କର ଆର୍ଥିକ ଲକ୍ଷ୍ୟକୁ ହାସଲ କରିବାରେ ସାହାଯ୍ୟ କରିବ ବୋଲି ଆମେ ବିଶ୍ୱାସ କରୁଛୁ। ସେହିପରି କମ୍ପାନୀର ମୁଖ୍ୟ ନିବେଶ ଅଧିକାରୀ ନିମେଶ ଚନ୍ଦନ କହିଛନ୍ତି, ବଜାଜ ଫିନ୍‌ସର୍ଭ ଲାର୍ଜ କ୍ୟାପ୍‌ ଫଣ୍ଡ୍‌ ଏକ କେନ୍ଦ୍ରୀଭୂତ ଆଭିମୁଖ୍ୟ ଗ୍ରହଣ କରି ଓ ଏକ ଉଚ୍ଚ ସକ୍ରିୟ ସେୟାର ରଖି ନିଜ ବର୍ଗରେ ଅନ୍ୟ ଫଣ୍ଡ୍‌ଗୁଡିକଠାରୁ ନିଜକୁ ପୃଥକ ଓ ସ୍ବତନ୍ତ୍ର କରିବ। ଆମର ଲାର୍ଜ କ୍ୟାପ୍‌ ଫଣ୍ଡ୍‌ରେ ଆମେ ନିର୍ଦ୍ଦିଷ୍ଟ ୨୫-୩୦ଟି କମ୍ପାନୀ ଉପରେ ଗୁରୁତ୍ୱ ଦେଇ ଏକ ଉଚ୍ଚ ସକ୍ରିୟ ସେୟାର ରଖିବା ପାଇଁ ପ୍ରୟାସ କରିବୁ।

Share