Categories: ବାଣିଜ୍ୟ

ବନ୍ଧନ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୫।୧୦: ବନ୍ଧନ ମ୍ୟୁଚୁଆଲ ଫଣ୍ଡ (ବିଏମ୍‌ଏଫ୍‌)ର ନୂତନ ଉତ୍ପାଦ ‘ବନ୍ଧନ ନିଫ୍ଟି ୫୦୦ ଭାଲ୍ୟୁ ୫୦ ଇଣ୍ଡେକ୍ସ ଫଣ୍ଡ୍‌ ଓ ବନ୍ଧନ ନିଫ୍ଟି ୫୦୦ ମୋମେଣ୍ଟମ୍‌ ୫୦ଇଣ୍ଡେକ୍ସ ଫଣ୍ଡ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ଓପନ୍‌-ଏଣ୍ଡେଡ୍‌ ଇଣ୍ଡେକ୍ସ ସ୍କିମ୍‌ଗୁଡିକ ଯଥାକ୍ରମେ ନିଫ୍ଟି ୫୦୦ ଭାଲ୍ୟୁ ୫୦ ଇଣ୍ଡେକ୍ସ ଓ ନିଫ୍ଟି ୫୦୦ ମୋମେଣ୍ଟମ୍‌ ୫୦ ଇଣ୍ଡେକ୍ସକୁ ଟ୍ରାକ୍‌ କରୁଛନ୍ତି। ନିଫ୍ଟି ୫୦୦ଭାଲ୍ୟୁ ୫୦ ଇଣ୍ଡେକ୍ସ ନିଫ୍ଟି ୫୦୦ୟୁନିଭର୍ସ ମଧ୍ୟରେ ୫୦ଟି ଅଣ୍ଡରଭାଲ୍ୟୁଡ୍‌ କମ୍ପାନୀ ଉପରେ ଗୁରୁତ୍ୱ ଦେଉଥିବାବେଳେ ନିଫ୍ଟି ୫୦୦ ମୋମେଣ୍ଟମ୍‌ ୫୦ଇଣ୍ଡେକ୍ସ ସେମାନଙ୍କର ସଦ୍ୟତମ ଶକ୍ତିଶାଳୀ ପ୍ରଦର୍ଶନ ଧାରା ଉପରେ ଆଧାରକରି ୫୦ଟି ଷ୍ଟକ୍‌ ଉପରେ ଗୁରୁତ୍ୱ ଦେଉଛି। ଏହି ନୂତନ ଫଣ୍ଡ୍‌ ଅଫରଗୁଡିକ ୨୦୨୪ ଅକ୍ଟୋବର ୨୪ରେ ଶେଷ ହେବ। ଏ ସମ୍ପର୍କରେ ବନ୍ଧନ ଏଏମ୍‌ସିର ସିଇଓ ବିଶାଲ କପୁର କହିଛନ୍ତି, ବନ୍ଧନ ନିଫ୍ଟି ୫୦୦ଭାଲ୍ୟୁ ୫୦ଇଣ୍ଡେକ୍ସ ଫଣ୍ଡ୍‌ ନିଜର ଅନ୍ତର୍ନିହିତ ମୂଲ୍ୟଠାରୁ କମ୍‌ରେ କାରବାର କରୁଥିବା ଆଉଟ୍‌-ଅଫ୍‌-ଫେଭର ଷ୍ଟକ୍‌ଗୁଡିକ ପାଇଁ ଏକ୍ସପୋଜର ପ୍ରଦାନ କରିବା ଏବଂ ସେମାନଙ୍କର ସମ୍ଭାବ୍ୟ ପୁନରୁଦ୍ଧାରରୁ ଲାଭାନ୍ବିତ ହେବା ପାଇଁ ଲକ୍ଷ୍ୟ ରଖିଛି। ସେହିପରି ବନ୍ଧନ ନିଫ୍ଟି ୫୦୦ ମୋମେଣ୍ଟମ୍‌ ୫୦ ଇଣ୍ଡେକ୍ସ ଫଣ୍ଡ ସଦ୍ୟତମ ଶକ୍ତିଶାଳୀ ପ୍ରଦର୍ଶନ ଥିବା ଷ୍ଟକ୍‌ଗୁଡିକ ଉପରେ ଗୁରୁତ୍ୱ ଦେଉଛି।

Share