Categories: ବାଣିଜ୍ୟ

ଡିଆର୍‌ପିଏଲ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୬।୧୧: ଡାଡି’ସ ରୋଡ ପ୍ରାଇଭେଟ ଲିମିଟେଡ (ଡିଆର୍‌ପିଏଲ୍‌)ର ନୂତନ ଉତ୍ପାଦ ”ଡାଡି’ସ ରୋଡ କ୍ୟୁଆର ଷ୍ଟିକର“କୁ ବୁଧବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ବିଶେଷକରି ଗାଡିଚାଳକ ଓ ଗାଡି ମାଲିକମାନେ ଉକ୍ତ ଷ୍ଟିକରକୁ ଥରେ ମାତ୍ର କ୍ରୟ କଲେ ଆଜୀବନ ମାଗଣା ହେଲପ ଲାଇନ ସେବା ପାଇପାରିବେ ବୋଲି ସଂସ୍ଥା ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏପରିକି ଉକ୍ତ ଷ୍ଟିକରକୁ ସମସ୍ତ ଯାନ (ଗାଡି)ରେ ବ୍ୟବହାର ପାଇଁ କ୍ରୟ କରିବା ସହିତ ଲଗାଇବା ଏବଂ ବ୍ୟବହାର କରିବା ସହଜ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଡିଆରପିଏଲର ଓଡିଶା ହେଡ ଅଭିଜିତ କୁମାର ମହାନ୍ତି କହିଥିଲେ, ଯେତେବେଳେ ଆପଣ ଆପଣଙ୍କ ଗାଡିକୁ ପାର୍କ କରି କେଉଁଆଡେ ଚାଲିଯାନ୍ତି କିମ୍ବା ଆପଣଙ୍କ ଗାଡି ସମ୍ବନ୍ଧରେ କିଛି ଜାଣିପାରନ୍ତି ନାହିଁ ଯେ କେଉଁ ଗାଡି ଆପଣଙ୍କ ରାସ୍ତା ଅବରୋଧ କରୁଛି କିମ୍ବା ଅସୁବିଧା ସୃଷ୍ଟି କରୁଛି ଓ ଆପଣ ସେ ଗାଡି ମାଲିକଙ୍କ ସହ କିପରି ଯୋଗାଯୋଗ କରିବେ। ଉପରୋକ୍ତ ସମସ୍ତ ଅସୁବିଧାର ସମାଧାନ ଅତି ସହଜରେ ଡାଡି’ସ୍‌ ରୋଡ କ୍ୟୁଆର ଷ୍ଟିକର ଦ୍ବାରା ମିଳିବ। ଯାହା ଏକ ନିଆରା ଏବଂ ଅଭିନବ ପ୍ରୟାସ ବୋଲି କୁହାଯାଉଛି, ଯାହାକି ଆପଣଙ୍କ ଗାଡି, ମୋବାଇଲ୍‌ ନମ୍ବର ଏବଂ ଆଖପାଖର ଲୋକଙ୍କୁ ଅତି ସହଜରେ ଏହା ସଂଯୋଗ କରିବ। ଡାଡି’ସ୍‌ ରୋଡ କ୍ୟୁଆର ଷ୍ଟିକର ହେଉଛି ଏକ ସ୍ଥାୟୀ ଭିନିଲ୍‌ ଷ୍ଟିକର୍‌, ଯେଉଁଥିରେ ଏକ କ୍ୟୁଆର କୋଡ୍‌ ରହିଛି, ସେଥିରେ ଆପଣଙ୍କ ମୋବାଇଲ ନମ୍ବର ସଂଯୁକ୍ତ କରିପାରିବେ ଓ ଆପଣ ଏହାକୁ ମାଗଣା ଡାଡି’ସ୍‌ ରୋଡ ଆପ୍‌ରେ ପଞ୍ଜୀକୃତ କରିପାରିବେ।

Share