Categories: ବାଣିଜ୍ୟ

ଡିଏସ୍‌ପି ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୯।୭: ଡିଏସ୍‌ପି ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷ କରି ଏହାର ୩ଟି ଓପନ ଏଣ୍ଡେଡ ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡ (ଇଟିଏଫ୍‌) ଯଥା ଡିଏସ୍‌ପି ଏସ୍‌ ଆଣ୍ଡ ପି ବିଏସଇ ସେନସେକ୍ସ ଇଟିଏଫ, ଡିଏସପି ନିଫଟି ପ୍ରାଇଭେଟ ବ୍ୟାଙ୍କ ଇଟିଏଫ ଏବଂ ଡିଏସପି ନିଫଟି ପିଏସୟୁ ବ୍ୟାଙ୍କ ଇଟିଏଫର ଶୁଭାରମ୍ଭ କରାଯାଇଛି। ଏ ସମ୍ପର୍କରେ ଡିଏସପି ମ୍ୟୁଚୁଆଲ ଫଣ୍ଡର ସିଏଫଏ ହେଡ-ପାସିଭ ଇନଭେଷ୍ଟମେଣ୍ଟ ଆଣ୍ଡ ପ୍ରଡକ୍ଟସ ଅନିଲ ଘେଲାନି କହିଛନ୍ତି, ଇଟିଏଫ ବର୍ଗରେ ଆମର ଅଫରଗୁଡିକ ନିବେଶକଙ୍କୁ ସେମାନଙ୍କର ଆର୍ଥିକ ଲକ୍ଷ୍ୟ ହାସଲ, ଘରୋଇ କ୍ଷେତ୍ର ବ୍ୟାଙ୍କସମୂହର ସଂରଚନାଗତ ଅଭିବୃଦ୍ଧି ଧାରାର ସୁଯୋଗ ନେବା ଅଥବା ସେମାନଙ୍କର ଆର୍ଥିକ ଯୋଜନା ଏବଂ ଆପଦ ସହନଶୀଳତା ସ୍ତର ଆଧାରରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କସମୂହର ପୁନଃ ରେଟିଂରୁ ଫାଇଦା ଉଠାଇବ ବୋଲି ଅନିଲ ଘେଲାନି ମତପ୍ରକାଶ କରିଛନ୍ତି।

Share