Categories: ବାଣିଜ୍ୟ

ଏଚ୍‌ଡିଏଫ୍‌ସି ଲାଇଫର ନୂତନ ଉତ୍ପାଦ

ଭୁବନେଶ୍ୱର,୨୧।୧୨: ଦେଶର ପ୍ରମୁଖ ଘରୋଇ ବୀମା ପ୍ରଦାନକାରୀ ସଂସ୍ଥା ଏଚ୍‌ଡିଏଫ୍‌ସି ଲାଇଫର ନୂତନ ଉତ୍ପାଦ ‘ଏଚ୍‌ଡିଏଫ୍‌ସି ଲାଇଫ୍‌ କ୍ଲିକ୍‌ ୨ ଆଚିଭ୍‌’ର ସର୍ବଭାରତୀୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହା ଏକ ସୁନିଶ୍ଚିତ ଜୀବନ ଜୀବନ ବୀମା ଯୋଜନା ହୋଇଥିବାବେଳେ ପ୍ରିୟଜନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ଏବଂ ସେମାନଙ୍କର ଆର୍ଥିକ ଉଦ୍ଦେଶ୍ୟ ହାସଲ କରିବା ପାଇଁ ଏହା ଜରିଆରେ ଯୋଜନା କରାଯାଇଛି। ଏପରିକି ଏହା ସମ୍ପୂର୍ଣ୍ଣ ନମନୀୟ, ପ୍ରାରମ୍ଭିକ ଆୟ, ଦୀର୍ଘକାଳୀନ ଆୟ, ଲମ୍ପସମ୍‌ କିମ୍ବା ପିରିୟଡ୍‌ ଲମ୍ପସମ୍‌ (ଟଙ୍କା ଫେରସ୍ତ) ଭାବେ ଲାଭ ପାଇବାକୁ ହିତାଧିକାରୀ ନିଜର ଯୋଜନାକୁ କଷ୍ଟମାଇଜ୍‌ କରିପାରିବ।
ଏ ସମ୍ପର୍କରେ ଏଚ୍‌ଡିଏଫ୍‌ସି ଲାଇଫ୍‌ର ହେଡ୍‌ (ପ୍ରଡକ୍ଟସ୍‌ ଆଣ୍ଡ୍‌ ସେଗମେଣ୍ଟସ୍‌) ଅନୀଶ ଖାନ୍ନା କହିଛନ୍ତି, କମ୍ପାନୀ ଏହି ନୂତନ ଉତ୍ପାଦକୁ ସର୍ବଭାରତୀୟସ୍ତରରେ ଉନ୍ମୋଚନକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ସବୁକିଛି ଏକ ସ୍ବପ୍ନରୁ ଆରମ୍ଭ ହୋଇଥାଏ ଏବଂ ସ୍ବପ୍ନ ଯେତେ ବଡ଼ ହେଉନା କାହିଁକି, ତାହାକୁ ବାସ୍ତବ ରୂପ ଦେବା ପାଇଁ ଏକ ସୁରକ୍ଷିତ ପଦକ୍ଷେପ ସହ ଆରମ୍ଭ କରିବା ଆବଶ୍ୟକ ରହିଛି। ସେହିଭଳି ନିୟମିତ ସଞ୍ଚୟ ଏବଂ ଯୋଜନା ସହ ଜୀବନ ଲକ୍ଷ୍ୟ ପୂରଣ ହୋଇଥାଏ। ଏପରିକି ଗ୍ରାହକ ବର୍ତ୍ତମାନ ଏଚ୍‌ଡିଏଫ୍‌ସି ଲାଇଫ୍‌ କ୍ଲିକ୍‌ ୨ ଆଚିଭ୍‌ ଉତ୍ପାଦ ସହିତ ନିଜର ସ୍ବପ୍ନକୁ ପୂରଣ କରିବା ଦିଗରେ ଗ୍ରାହକ ପ୍ରଥମ ସୁରକ୍ଷିତ ପଦକ୍ଷେପ ନେଇ ପାରିବେ। ବିଶେଷକରି ଏହା ଏକ ବହୁ ବିଧି ଯୋଜନା ଯାହା ଗ୍ରାହକଙ୍କୁ ଅସୀମିତ ମିଶ୍ରଣ ଦେଇଥାଏ। ଏହା ଗ୍ରାହକଙ୍କୁ ଗ୍ୟାରେଣ୍ଟି ରିଟର୍ନର ସ୍ବପ୍ନକୁ ସାକାର କରିବାକୁ ସକ୍ଷମ କରିଥାଏ।

Share