Categories: ବାଣିଜ୍ୟ

ଆଇଟିସି ସନ୍‌ଫିଷ୍ଟର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୨।୮: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଇଟିସି ଫୁଡ୍‌ସର ଅଗ୍ରୀଣ ଫୁଡ୍‌ସ ବ୍ରାଣ୍ଡ ‘ସନ୍‌ଫିଷ୍ଟ’ର ନୂତନ ଉତ୍ପାଦ ‘ସୁପର ଏଗ୍‌ ଆଣ୍ଡ ମିଲ୍କ ବିସ୍କୁଟ୍‌ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରି କି ବଜାରରେ ବ୍ରାଣ୍ଡର ଏହି ନୂତନ ଉତ୍ପାଦ ଭିନ୍ନ ଭିନ୍ନ ରେଞ୍ଜରେ ଉପଲବ୍ଧ ବୋଲି ଆଇଟିସି ପକ୍ଷରୁ ଘୋଷଣା କରାଯାଇଛି। ବିଶେଷ କରି ଭାରତର ସାଉଥ୍‌ ଆଣ୍ଡ ଇଷ୍ଟ ଇଣ୍ଡିଆ ମାର୍କେଟରେ ସନ୍‌ଫିଷ୍ଟ ‘ସୁପର ଏଗ୍‌ ଆଣ୍ଡ ମିଲ୍କ’ ବିସ୍କୁଟ୍‌ସ ୫ଟଙ୍କା, ୧୦ ଟଙ୍କା ଏବଂ ୧୫ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ। ଏ ସମ୍ପର୍କରେ ଆଇଟିସି ଫୁଡ୍‌ସର ସିଓଓ (ବିସ୍କୁଟ୍‌ସ ଆଣ୍ଡ କେକ୍‌ସ କ୍ଲଷ୍ଟର) ଅଲି ହାରିସ ଶେରେ କହିଥିଲେ, ଆମେ ଆମର ନୂତନ ଉତ୍ପାଦ ସନ୍‌ଫିଷ୍ଟ ‘ସୁପର ଏଗ୍‌ ଆଣ୍ଡ ମିଲ୍କ’ ବିସ୍କୁଟ୍‌ସର ଶୁଭାରମ୍ଭ ସହ ବଜାର ପ୍ରବେଶ କରାଇ ବେଶ୍‌ ଉତ୍ସାହିତ ଅଛୁ। ଏପରି କି ଆମର ଗ୍ରାହକ ଗବେଷଣାରୁ ଜଣାଯାଇଥିଲା ଯେ ମା’ମାନେ ଅଣ୍ଡା ଓ ଦୁଗ୍ଧକୁ ପିଲାଙ୍କ ପାଇଁ ଅତ୍ୟାବଶ୍ୟକ ଖାଦ୍ୟ ଭାବେ ବିବେଚନା କରିଥାନ୍ତି, ତେବେ ବ୍ୟକ୍ତିଗତ ଭାବେ ଏହି ସମସ୍ତ ଉପାଦାନଗୁଡ଼ିକ ପିଲାମାନେ ଖାଇବା ସେଭଳି ସ୍ବାଚ୍ଛନ୍ଦ୍ୟପୂର୍ଣ୍ଣ ନୁହେଁ। ବିଶେଷକରି ଘର ବାହାରେ ଖାଇବା ସମୟରେ ଏହାକୁ ଖାଦ୍ୟରେ ସାମିଲ କରିବା ସେଭଳି ସହଜ ନୁହେଁ। ମା’ମାନେ ଏହି ସମସ୍ତ ପୋଷକ ସେମାନଙ୍କ ପିଲାଙ୍କୁ ଯୋଗାଇ ଦେବାକୁ ଚାହାନ୍ତି, କିନ୍ତୁ ସମ୍ପ୍ରତି ବଜାରରେ ରହିଥିବା ଉପତ୍ାଦଗୁଡ଼ିକରେ ଉଭୟର ସମ୍ମିଶ୍ରଣ ନାହିଁ। ଉଲ୍ଲେଖଯୋଗ୍ୟ, ଅନୁରୂପ ଅନ୍ତର୍ଦୃଷ୍ଟି ଏବଂ ବୋଧଗମ୍ୟତା ଉପରେ ଆଧାରିତ ଅଣ୍ଡା ଓ ମିଲ୍କ ବିସ୍କୁଟ ନିମନ୍ତେ ଶିଳ୍ପରେ ରହିଥିବା ଶୂନ୍ୟସ୍ଥାନ ପୂରଣ କରିବାକୁ ଆଇଟିସି ସନ୍‌ଫିଷ୍ଟ ପକ୍ଷରୁ ତାହାର ଅଧୁନାତନ ନବୋନ୍ମେଷୀ ଉପତ୍ାଦ ‘ସନ୍‌ଫିଷ୍ଟ ସୁପର ଏଗ୍‌ ଆଣ୍ଡ ମିଲ୍କ ବିସ୍କୁଟ’ର ଶୁଭାରମ୍ଭ କରାଯାଇଥିଲା; ଯେଉଁଥିରେ ‘ପ୍ରୋଟିନ୍‌ର ଉତ୍ତମତା’ ରହିଛି।

Share