Categories: ବାଣିଜ୍ୟ

ଏନ୍‌ଆଇଏମ୍‌ଏଫ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୭।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ନିପ୍ପନ ଇଣ୍ଡିଆ ମ୍ୟୁଚୁଆଲ ଫଣ୍ଡ୍‌ (ଏନ୍‌ଆଇଏମ୍‌ଏଫ୍‌)ର ନୂତନ ଉତ୍ପାଦ ‘ନିପ୍ପନ ଇଣ୍ଡିଆ ନିଫ୍‌ଟି ୫୦୦ ଇକ୍ୱାଲ ୱେଟ୍‌ ଇଣ୍ଡେକ୍ସ ଫଣ୍ଡ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ ଓପନ୍‌-ଏଣ୍ଡେଡ ସ୍କିମ୍‌ ହୋଇଥିଲାବେଳେ ନିଫ୍‌ଟି ୫୦୦ ଇକ୍ୱାଲ ୱେଟ୍‌ ଇଣ୍ଡେକ୍ସକୁ ଅନୁଧ୍ୟାନ କରୁଛି। ସେହିଭଳି ଏହି ଏନ୍‌ଏଫଓ ୨୦୨୪ ସେପ୍ଟେମ୍ବର ୪ରେ ବନ୍ଦ ହେବ। ଏ ସମ୍ପର୍କରେ ଏନ୍‌ଆଇଏମ୍‌ଏଫ୍‌ର ଇଡି ତଥା ସିଇଓ ସନ୍ଦୀପ ସିକ୍କା କହିଥିଲେ, ଆମେ ଆମର ନୂତନ ଉତ୍ପାଦକୁ ଶୁଭାରମ୍ଭ କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ପରୋକ୍ଷ ନିବେଶ କ୍ଷେତ୍ରରେ ମଜଭୁତ ମାର୍କେଟ-କ୍ୟାପ୍‌ ୱେଟିଂ ଆଭିମୁଖ୍ୟ ଗ୍ରହଣ କରୁଥିବା ନିଫ୍‌ଟି ୫୦୦ ଭଳି ଲୋକପ୍ରିୟ ଇଣ୍ଡିସେସ୍‌ ପ୍ରତିବଦଳରେ ଏହା ସମାନ ଗୁରୁତ୍ୱ ପ୍ରଦାନକାରୀ ଆଭିମୁଖ୍ୟ ଗ୍ରହଣ କରିବ। ସେହିଭଳି ପାସିଭ୍‌ ଫଣ୍ଡଗୁଡିକ କ୍ଷେତ୍ରରେ ବଜାରର ଅଗ୍ରଣୀ ସ୍ଥାନ ଅଧିକାର କରିଥିବା ନିପ୍ପନ ଇଣ୍ଡିଆ ଏମ୍‌ଏଫ୍‌ ଇଟିଏଫ୍‌, ଇଣ୍ଡେକ୍ସ ଫଣ୍ଡ୍‌ ଏବଂ ଫଣ୍ଡ୍‌ ଅଫ ଫଣ୍ଡ୍‌ ସମେତ ୪୩ଟି ପାସିଭ୍‌ ସ୍କିମ୍‌ ଯୋଗାଇ ଦେଉଛି।

Share