Categories: ବାଣିଜ୍ୟ

ପିଭିଏମ୍‌ଆଇର ନୂତନ ଉତ୍ପାଦ

ଭୁବନେଶ୍ୱର,୨।୩: ପରଫେଟ୍ଟି ଭ୍ୟାନ୍‌ ମେଲେ ଇଣ୍ଡିଆ (ପିଭିଏମ୍‌ଆଇ)ର ନୂତନ ଉତ୍ପାଦ ତଥା ଫ୍ଲାଗ୍‌ଶିପ୍‌ ଗମ୍‌ ଏବଂ ମିଣ୍ଟସ୍‌ ବ୍ରାଣ୍ଡ୍‌ର ଶୁଭାରମ୍ଭ ସହ ବଜାର ପ୍ରବେଶ ହୋଇଯାଇଛି। ବିଶେଷକରି ସେଣ୍ଟର ଫ୍ରେସ୍‌ର ନୂତନ ଉପତ୍ାଦ ସେଣ୍ଟର ଫ୍ରେସ୍‌ ମିଣ୍ଟସ୍‌ ମିଣ୍ଟରେ ଲେମନ ହନି ସ୍ବାଦର ନୂତନ ଉପସ୍ଥାପନ ହୋଇଛି।
ଏ ସମ୍ପର୍କରେ ପିଭିଏମ୍‌ଆଇର ମାର୍କେଟିଂ ନିର୍ଦ୍ଦେଶକ ଗୁଞ୍ଜନ ଖେତାନ କହିଛନ୍ତି, ଆମର ଫ୍ଲାଗ୍‌ଶିପ୍‌ ଗମ୍‌ ଏବଂ ମିଣ୍ଟସ୍‌ ବ୍ରାଣ୍ଡ୍‌ ସେଣ୍ଟର ଫ୍ରେସ୍‌ ତା’ର ଦୀର୍ଘସ୍ଥାୟୀ ତାଜା ନିଃଶ୍ୱାସ ସହିତ ସମକକ୍ଷ ହୋଇଛି। ଏପରିକି ଲେମ୍ବୁ ଓ ହନି ସ୍ବାଦର ଶୁଭାରମ୍ଭ ସହିତ ଆମେ ବେଶ୍‌ ଉତ୍ସାହିତ ଅଛୁ। ଆମର ଗ୍ରାହକମାନଙ୍କୁ ସେମାନେ ବିଶ୍ୱାସ କରୁଥିବା ସତେଜତାକୁ ଉପଭୋଗ କରିବା ପାଇଁ ଏକ ନୂତନ ଉପତ୍ାଦ ପ୍ରଦାନ କରୁଛୁ।

Share