ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ ୪ଜି ଫିଚର ଫୋନ୍‌ର ଶୁଭାରମ୍ଭ ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ-୨୦୨୪ ପରିସରରେ ହୋଇଯାଇଛି। ଜିଓଭାରତ ଭି୩ ଏବଂ ଜିଓଭାରତ ଭି୪ ନାମରେ ନାମିତ ଏହି ଦୁଇ ୪ଜି ଫିଚର ଫୋନ ଜିଓଭାରତ ସିରିଜ୍‌ ଅଧୀନରେ ଶୁଭାରମ୍ଭ କରାଯାଇଥିଲାବେଳେ ବଜାରରେ ନୂଆ ମଡେଲଗୁଡିକ ୧୦୯୯ ଟଙ୍କାରେ ଉପଲବ୍ଧ ହେଉଛି।
ଗତ ବର୍ଷ ଜିଓଭାରତ ଭି୨ ମଡେଲ ଶୁଭାରମ୍ଭ କରାଯାଇଥିଲା, ଯାହା ଭାରତୀୟ ଫିଚର ଫୋନ୍‌ ବଜାରରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏପରିକି କମ୍ପାନୀର ସୂଚନା ଅନୁଯାୟୀ ଲକ୍ଷ ଲକ୍ଷ ୨ଜି ଗ୍ରାହକ ଜିଓଭାରତ ଫିଚର ଫୋନ୍‌ ମାଧ୍ୟମରେ ୪ଜିକୁ ପରିବର୍ତ୍ତିତ ହୋଇସାରିଛନ୍ତି।
ସେହିଭଳି ଆଗାମୀ ପିଢ଼ିର ଏହି ନୂଆ ଫିଚର ଫୋନ ଆଧୁନିକ ଡିଜାଇନ୍‌, ଶକ୍ତିଶାଳୀ ୧୦୦୦ ଏମ୍‌ଏଏଚ୍‌ ବ୍ୟାଟେରି, ୧୨୮ଜିବି ପର୍ଯ୍ୟନ୍ତ ବିସ୍ତାରଯୋଗ୍ୟ ଷ୍ଟୋରେଜ୍‌ ଏବଂ ୨୩ଟି ଭାରତୀୟ ଭାଷାକୁ ସମର୍ଥନ କରୁଛି। ଜିଓଭାରତ ଫୋନରେ ମାସିକ ମାତ୍ର ୧୨୩ ଟଙ୍କାରେ ରିଚାର୍ଜ କରାଯାଇପାରିବ। ଯେଉଁଥିରେ ଅସୀମିତ ଭଏସ୍‌ କଲ୍‌ ଏବଂ ଦୈନିକ ଅଧା ଜିବି ହିସାବରେ ମୋଟ ୧୪ ଜିବି ହାଇ-ସ୍ପିଡ୍‌ ଡେଟା ମଧ୍ୟ ଉପଲବ୍ଧ ହେବ।
ଉଭୟ ଭି୩ ଏବଂ ଭି୪ ମଡେଲ ଜିଓ-ଟିଭି, ଜିଓ-ସିନେମା, ଜିଓ-ପେ ଏବଂ ଜିଓ-ଚାଟ୍‌ ଭଳି ଉପଯୋଗୀ ପ୍ରି-ଲୋଡେଡ୍‌ ଆପ୍‌ ସହିତ ଆସିବ। ଏପରିକି ୪୫୫ରୁ ଅଧିକ ଲାଇଭ ଟିଭି ଚ୍ୟାନେଲ ସହିତ ଚଳଚ୍ଚିତ୍ର, ଭିଡିଓ ଏବଂ କ୍ରୀଡ଼ା ବିଷୟବସ୍ତୁ ମଧ୍ୟ ମାତ୍ର ଗୋଟିଏ କ୍ଲିକ୍‌ରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଅପରପକ୍ଷରେ ଜିଓ-ପେ ସହଜରେ ନିରବଚ୍ଛିନ୍ନ ଦେୟ ପ୍ରଦାନ ସୁବିଧା ପ୍ରଦାନ କରୁଥିବାବେଳେ ଜିଓଚାଟ ଅସୀମିତ ଭଏସ୍‌ ମେସେଜିଂ, ଫଟୋ ଶେୟାର ଏବଂ ଗ୍ରୁପ୍‌ ଚାଟ୍‌ ବିକଳ୍ପ ପ୍ରଦାନ କରିଥାଏ।
ଜିଓଭାରତ ଭି୩ ଏବଂ ଜିଓଭାରତ ଭି୪ ଖୁବ୍‌ଶୀଘ୍ର ସମସ୍ତ ମୋବାଇଲ ଷ୍ଟୋର ସହିତ ଜିଓମାର୍ଟ ଏବଂ ଆମାଜନ୍‌ରେ ମଧ୍ୟ ଉପଲବ୍ଧ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

ବନ୍ଧନ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୫।୧୦: ବନ୍ଧନ ମ୍ୟୁଚୁଆଲ ଫଣ୍ଡ (ବିଏମ୍‌ଏଫ୍‌)ର ନୂତନ ଉତ୍ପାଦ ‘ବନ୍ଧନ ନିଫ୍ଟି ୫୦୦ ଭାଲ୍ୟୁ ୫୦ ଇଣ୍ଡେକ୍ସ ଫଣ୍ଡ୍‌ ଓ ବନ୍ଧନ ନିଫ୍ଟି ୫୦୦ ମୋମେଣ୍ଟମ୍‌...

୧୦ ଦିନରେ ୧୩୪%ର ଅଭିବୃଦ୍ଧି ହାସଲ

ନୂଆଦିଲ୍ଲୀ,୧୫।୧୦: ଭାରତରେ ପାର୍ବଣ ଋତୁ ବ୍ୟବସାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବଧିକୁ ଚିହ୍ନିତ କରୁଛି। ଏହି ଗୁରୁତ୍ୱପୂର୍ଣ୍ଣ କର୍ପୋରେଟ ଆବଶ୍ୟକତାକୁ ସମ୍ବୋଧିତ କରି ଭାରତର ଅଗ୍ରଣୀ ବି୨ବି...

ଜିଓର ତ୍ରୈମାସିକ ନେଟ୍‌ ଲାଭ ୬୫୩୯ କୋଟି

ମୁମ୍ବାଇ,୧୫।୧୦: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈୟମାସର ପରିଚାଳନାଗତ ଏବଂ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଡିଜିଟାଲ...

ଶେୟାର ବଜାରରେ ଉତ୍ସାହ

ମୁମ୍ବାଇ,୧୫।୧୦: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri