Categories: ବାଣିଜ୍ୟ

କ୍ଲିନ୍‌ ଆଣ୍ଡ କ୍ଲିୟର୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୯।୬: କ୍ଲିନ ଆଣ୍ଡ କ୍ଲିୟରର ନୂତନ ଉତ୍ପାଦ ‘ଫୋମିଙ୍ଗ ଫେସୱାଶ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଝିଅମାନେ ସମ୍ମୁଖୀନ ହେଉଥିବା ବ୍ରଣ ଏବଂ ତୈଳାକ୍ତ ତ୍ୱଚା ସମସ୍ୟାର ଏହା ସମାଧାନ କରିବ। ଏପରିକି ଏହି ଶକ୍ତିଶାଳୀ ନୂଆ ଫର୍ମୁଲେଶନ ୫୦% ପିମ୍ପଲ-ଫାଇଟିଙ୍ଗ ଉପାଦାନରେ ସମୃଦ୍ଧ ଥିବାବେଳେ ମାତ୍ର ୧ସପ୍ତାହ ମଧ୍ୟରେ ବ୍ରଣ ହ୍ରାସ କରିବା ପାଇଁ କ୍ଲିନିକାଲ ରୂପେ ପ୍ରମାଣିତ ହୋଇଥିବା ଜଣାପଡିଛି। ଏ ସମ୍ପର୍କରେ କେନ୍ୟୁର ମାର୍କେଟିଙ୍ଗ ଏବଂ ବିଜନେସ ୟୁନିଟ ହେଡ ଉପାଧ୍ୟକ୍ଷ ମନୋଜ ଗଡ଼ଗୀଲ କହିଛନ୍ତି, ବର୍ଷ ବର୍ଷ ଧରି ଆମ ଉପତ୍ାଦର ଶ୍ରେଷ୍ଠତା ଏବଂ ପ୍ରଭାବଶାଳୀତା ଯୋଗୁ ସମଗ୍ର ଭାରତରେ ଲକ୍ଷ ଲକ୍ଷ ଝିଅଙ୍କ ଦ୍ୱାରା ବିଶ୍ୱାସଯୋଗ୍ୟ କ୍ଲିନ ଆଣ୍ଡ କ୍ଲିୟର ନିଜକୁ ଏକ ଅଗ୍ରଣୀ ସ୍କିନ କେୟାର ବ୍ରାଣ୍ଡ୍‌ ଭାବେ ପ୍ରତିଷ୍ଠା କରିଛି।

Share