Categories: ବାଣିଜ୍ୟ

ଏଚ୍‌ପିର ନୂତନ ଉତ୍ପାଦ

ଭୁବନେଶ୍ୱର,୨୪।୬: ଏଚ୍‌ପିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏଚ୍‌ପିର ନୂତନ ଉତ୍ପାଦଗୁଡିକ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଓମେନ ଓ ଭିକ୍ଟସ ଗେମିଂ ଡିଭାଇସର ଲାଟେଷ୍ଟ ଶୃଙ୍ଖଳର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ନୂତନ ଶୃଙ୍ଖଳରେ ଓମେନ ଟ୍ରାସେଣ୍ଡ ୧୬, ଓମେନ ୧୬ ଏବଂ ଭିକ୍ଟସ ୧୬ ଲାପ୍‌ଟପ୍‌ ଅନ୍ତର୍ଭୁକ୍ତ ରହିଛି, ଯାହା ଗେମରମାନଙ୍କ ପାଇଁ ବାଧାହୀନ ଭାବେ ଖେଳିବା, ପ୍ରସ୍ତୁତ କରିବା ଏବଂ କାର୍ଯ୍ୟ କରିବାର ସୁଗମତା ଏବଂ ଶକ୍ତି ପ୍ରଦାନ କରୁଛି। ା ଏ ସମ୍ପର୍କରେ ଏଚ୍‌ପି ଇଣ୍ଡିଆର ବରିଷ୍ଠ ନିର୍ଦ୍ଦେଶକ (ପର୍ସନାଲ ସିଷ୍ଟମ) ବିକ୍ରମ ବେଦୀ କହିଛନ୍ତି, ଭାରତର ଯୁବଗୋଷ୍ଠୀ ପିସି ଗେମିଂକୁ ଅସାଧାରଣ ଭାବେ ଗ୍ରହଣ କରୁଛନ୍ତି, ଯାହା ଭାରତକୁ ବିଶ୍ୱରେ ଏକ ଅଗ୍ରଣୀ ପିସି ଗେମିଂ ଦେଶ ଭାବେ ପ୍ରତିଷ୍ଠିତ କରିଛି ା ଏହି ଧାରାକୁ ଚିହ୍ନି ଏଚ୍‌ପି ଏହାର ନୂତନ ପୋର୍ଟଫୋଲିଓ ସହିତ ହାର୍ଡୱେର ଏବଂ ସଫ୍ଟୱେରର ଏକ ବିଶ୍ୱସ୍ତରୀୟ ଇକୋସିଷ୍ଟମର ବିକାଶ ଏବଂ ସମ୍ପ୍ରସାରଣ କରୁଛି।

Share