ନୂଆଦିଲ୍ଲୀ,୧୩।୧୦: ଚଳିତ ବର୍ଷର ଦୀପାବଳି ଉପଲକ୍ଷେ ଅନ୍ତର୍ଜାତୀୟ ବ୍ରାଣ୍ଡ୍ ଦ ବଡି ଶପ୍ ପକ୍ଷରୁ ୪ଟି ନୂତନ ଉତ୍ପାଦ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ଉତ୍ପାଦଗୁଡିକ ଗ୍ରାହକଙ୍କ ପାଇଁ ଉଭୟ ବ୍ୟବହାର ଓ ଉପହାର ଆଦି କ୍ଷେତ୍ରରେ ବେଶ୍ ଉପଯୋଗ ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ଏହାର ବିସ୍ତୃତ ଉପତ୍ାଦ ପରିସର ଆନନ୍ଦଦାୟକ ସହ ଉତ୍ସବର ମାହାଲକୁ ଉପହାରରେ ପରିଣତ କରିଥାଏ। ଉଲ୍ଲେଖଯୋଗ୍ୟ, ବଡି ଶପ୍ ବେରୀ ଯୋଡ଼ି ଉପହାର ସେଟ୍, ସାୱାର-ଟାବରେ ଜଣଙ୍କର ସମୟକୁ ଅଧିକ ଆନନ୍ଦଦାୟକ କରିବା ପାଇଁ ଦ ବଡି ଶପ୍ର ସୋକ ଏବଂ ସ୍ଲାଦର ବେରୀ ବାଥ୍ ସେଟ୍ ଉପଯୁକ୍ତ ଉପହାର।
ସେହିଭଳି ବଡି ଶପ୍ ବ୍ରିଟିଶ ବିୟୁଟି ବେଗ-ଗମ୍ଭୀରତାର ସହ ଏକ ସତେଜ ବ୍ୟକ୍ତିଗତ ଯତ୍ନଶୀଳ ବ୍ୟବହାର ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଇଁ ବଡି ଶପ୍ର ବ୍ରିଟିଶ ରୋଜ୍ ବିୟୁଟି ବେଗ ଉପଯୁକ୍ତ ଉପହାର। ସେହିପରି ବଡି ଶପ ବ୍ରିଟିଶ ରୋଜ୍ ଡିଲକ୍ସ ଉପହାର ସେଟ୍ ଏକ ଗୋଲାପୀ ବାଥ୍ ଲିଲି ଯାହା ପୁନଃ ନବୀକରଣ ପ୍ଲାଷ୍ଟିକ ଦ୍ୱାରା ତିଆରି ଏବଂ ଗୋଲାପର ଏସେନ୍ସ ସହ ଭରପୂର ହୋଇଥାଏ ଏବଂ ବଡି ଶପ୍ ପୁରୁଷଙ୍କ ସେଭିଂ କିଟ୍ ମାକାଚେର ଏବଂ ଘଁି କୁଅଁାରୀର ଉତ୍ତମତା ସହ ଭର୍ତ୍ତି ହୋଇଥିବା ମୂଳ-ସ୍ମୁଦିଙ୍ଗ ଉପତ୍ାଦଗୁଡିକ ଥଣ୍ଡା ଏବଂ ସତେଜ ସହ ସେଭିଂ ଏବଂ ସେଭିଂ ପରବର୍ତ୍ତୀ ଅନୁଭୂତି ପ୍ରଦାନ କରିଥାଏ। ଅପରପକ୍ଷରେ ଉତ୍ସବ ଋତୁରେ ପ୍ରିୟଜନଙ୍କ ପାଇଁ ଏହା ବେଶ୍ ଉପଯୁକ୍ତ ଉପହାର ହୋଇଥିବା ବେଳେ ଆଗାମୀ ଋତୁ ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି ଏହା ଉତ୍ତମ ପସନ୍ଦ।