Categories: ବାଣିଜ୍ୟ

ଭିଏଏସ୍‌ପିଏଲ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୯।୮: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଭିଟା ଆଲକାଲି ସଲ୍ୟୁସନ୍‌ ପ୍ରାଇଭେଟ ଲିମିଟେଡ (ଭିଏଏସ୍‌ପିଏଲ୍‌)ର ନୂତନ ଉତ୍ପାଦ ‘ଆକ୍ୱା ଭିଟା’ର ଅନାବରଣ (ପ୍ରଡକ୍ଟ ଲଞ୍ଚ) ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏହାର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ କମ୍ପାନୀର ବ୍ରାଣ୍ଡ୍‌ ଆମ୍ବାସାଡର୍‌ ତଥା ଓଲିଉଡ ଅଭିନେତା ଦୀପକ ପରିଡ଼ା, କମ୍ପାନୀର ଟେକ୍ନୋଲୋଜି ଏକ୍ସପର୍ଟ ଡ. ବିନୟ ଖାନା, ନିର୍ଦ୍ଦେଶକ ରାଜେନ୍ଦ୍ର ଦାସଙ୍କ ସମେତ ରୋଜାଲିନ ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏପରିକି ସ୍ବଚ୍ଛ ତଥା ଆଲକାଲାଇନ୍‌ ପାନୀୟଜଳ ଉପଲବ୍ଧ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ଭାବେ ଭିଟା ଆଲକାଲି ସଲ୍ୟୁସନ୍‌ ଭୁବନେଶ୍ୱରବାସୀଙ୍କ ପାଇଁ ଏକ ଜଳ ବିଶୋଧନ ଯନ୍ତ୍ର ନେଇ ଆସିଛି, ଉଭୟ ଘରୋଇ ତଥା କର୍ପୋରେଟ କାର୍ଯ୍ୟାଳୟଗୁଡିକରେ ଏହି ଜଳ ବିଶୋଧନ ଯନ୍ତ୍ର ସ୍ବଚ୍ଛ ପାନୀୟ ଜଳ ଯୋଗାଇଦେବା ପାଇଁ ବେଶ୍‌ ଉପାଦେୟ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଏ ସମ୍ପର୍କରେ କମ୍ପାନୀର ବୈଷୟିକ ପରାମର୍ଶଦାତା ତଥା ବରିଷ୍ଠ ସୂଚନା ପ୍ରଯୁକ୍ତିବିତ ସତ୍ୟ ପାତ୍ର କହିଥିଲେ, ଆଜିର ବ୍ୟସ୍ତ ବହୁଳ ଜୀବନଚର୍ଯ୍ୟା,ଅସନ୍ତୁଳିତ ଆହାର ତଥା ପ୍ରଦୂଷିତ ଜଳବାୟୁରେ ସୁସ୍ଥ ଜୀବନ ପାଇଁ ସ୍ବଚ୍ଛ ପାନୀୟ ଜଳ ଓ ଆଲକାଲାଇନ୍‌ ଜଳର ଆବଶ୍ୟକତା ସର୍ବାଧିକ ବୋଲି ସେ ମତପ୍ରକାଶ କରିଛନ୍ତି।

Share