Categories: ବାଣିଜ୍ୟ

ଆଜିଠାରୁ ଲାଗୁହେବ ନୂଆ ଦର, ପହିଲାରୁ ବଢିବ ଗାଡି,ବୀମା,ବ୍ୟାଙ୍କ ଋଣ

ନୂଆଦିଲ୍ଲୀ,୧।୪: ନୂତନ ଆର୍ଥକ ବର୍ଷ (୨୦୨୪-୨୫ ଆର୍ଥିକ ବର୍ଷ)ର ଆରମ୍ଭରୁ ନୂଆ ଦର ଲାଗୁ ହେବ ବୋଲି ବହୁ ପୂର୍ବର ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରଗୁଡିକ ପକ୍ଷରୁ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ଲୋକସଭା ଓ କେତେକ ରାଜ୍ୟର ବିଧାନସଭା ନିର୍ବାଚନ ସହିତ କଞ୍ଚାମାଲର ଅଭାବ, ଦରଦାମ ବୃଦ୍ଧି ସହ ଅନ୍ତରାଷ୍ଟ୍ରୀୟ ସମସ୍ୟା ଏବଂ ୟୁଏସ ଫେଡରାଲ ବ୍ୟାଙ୍କର ସୁଧ ହାର ବୃଦ୍ଧି କାରଣରୁ ଘରୋଇ ବଜାରରେ ଦରଦାମ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା/ଆଶାଙ୍କ ରହିଛି।

ସେହିଭଳି ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀଗୁଡିକ ମଧ୍ୟ ୨୦୨୪-୨୫ ଆର୍ଥିକ ବର୍ଷ ଆରମ୍ଭରୁ ନୂଆ ଦର ଲାଗୁ କରିବେ ବୋଲି ଟାଟା,ଟୟୋଟା, ହୋଣ୍ଡା, ଏମ ଆଣ୍ଡ ଏମ, ମାରୁତି ସୁଜୁକି, କିଆ ଓ ହ୍ୟୁଣ୍ଡାଇ ମୋଟର୍ସ ଭଳି କମ୍ପାନୀଗୁଡିକ ପକ୍ଷରୁ ବହୁ ପୂର୍ବରୁ ଘୋଷଣା କରାଯାଇଛି।

ସେହିପରି ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କର ସୁଧହାର (ବ୍ୟାଙ୍କ ଋଣ) ସମେତ ଅନ୍ୟାନ୍ୟ ଋଣ ଗୁଡିକରେ ମଧ୍ୟ ସୁଧ ହାର ବଢାଇବାକୁ ବ୍ୟାଙ୍କଗୁଡିକ ପକ୍ଷରୁ ଯୋଜନା କରାଯାଇଛି। ଅପରପକ୍ଷରେ ଉଭୟ ସରକାରୀ ଓ ଘରୋଇ ବୀମା କମ୍ପାନୀଗୁଡିକ ମଧ୍ୟ ଇକୁଏଟେଡ ମନଥିଲି ଇନଷ୍ଟଲମେଣ୍ଟ (ଇଏମଆଇ) ହାରରେ ବୃଦ୍ଧି କରିବେ ବୋଲି ବହୁ ପୂର୍ବରୁ ଘୋଷଣା କରିଛନ୍ତି।

ଏ ନେଇ ବଜାର ବିଶେଷଜ୍ଞମାନେ କହିଛନ୍ତି, ଘରୋଇ ବଜାରରେ ଦରଦାମ ବୃଦ୍ଧି ଏକ ପ୍ରମୁଖ କାରଣ ହୋଇଥିଲାବେଳେ ଉତ୍ପାଦକ ଓ ନିର୍ମାତମାନେ ମଧ୍ୟ କଞ୍ଚାମାଲର ଅଭାବ ଓ ସରକାରୀ ନୀତିକୁ ଦୋଷ ଦେବା ସହିତ ବଜାରର ଆବଶ୍ୟକତା ପୂରଣ ପାଇଁ ଦରବୃଦ୍ଧିକୁ ପ୍ରମୁଖ ଅସ୍ତ୍ର କରିଥିଲାବେଳେ ଖାଉଟି ଓ ଗ୍ରାହକ ଅତିରିକ୍ତ ଖର୍ଚ୍ଚରେ ହନ୍ତସନ୍ତ ହେଉଛନ୍ତି। ଅପରପକ୍ଷରେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାର ମଧ୍ୟ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବେ କମ୍ପାନୀଗୁଡିକଠାରୁ ସହଯୋଗ ପାଇଥିବାରୁ ବର୍ତ୍ତମାନ ସମୟରେ କୌଣସି ନିଷ୍ପତ୍ତି ବା ପଦକ୍ଷେପ ଗ୍ରହଣ କରିବେ ନାହିଁ, ଫଳରେ ଖାଉଟି ନୂଆ ଓ ଉଚ୍ଚ ଦରରେ ସେମାନଙ୍କ ଆବଶ୍ୟକତା ଓ ଚାହିଦା ମେଣ୍ଟାଇବାକୁ ବାଧ୍ୟ ହେବେ ବୋଲି ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

Share