ବିଜେଡି କର୍ମକର୍ତ୍ତାଙ୍କୁ ନୂତନ ନିଯୁକ୍ତି

ଭୁବନେଶ୍ୱର,୮।୧୦(ଅନିଲ ଦାସ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ରାୟଗଡ଼ା, ବୌଦ୍ଧ ଏବଂ ଦେବଗଡ଼ ଜିଲା କମିଟିର ବିିଭିନ୍ନ କର୍ମକର୍ତ୍ତାଙ୍କୁ ନୂତନ ନିଯୁକ୍ତି ଦିଆଯାଇଛି। ଶନିବାର ବିଜେଡି ପକ୍ଷରୁ ଏ ନେଇ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଅମିୟ କୁମାର ସ୍ବାଇଁଙ୍କୁ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ, ବିଷ୍ଣୁ ପ୍ରସାଦ ପଣ୍ଡାଙ୍କୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଶର୍ମିଷ୍ଠା ପାଢ଼ୀଙ୍କୁ ରାୟଗଡ଼ା ଜିଲା ମହିଳା ବିଜୁ ଜନତା ଦଳ ସଭାପତି, ଅବିନାଶ ବିଶୋଇଙ୍କୁ ଜିଲା ବିଜୁ ଯୁବ ଜନତା ଦଳର ସଭାପତି, ନେତ୍ରାନନ୍ଦ ଶବରଙ୍କୁ ବିଜୁ ଛାତ୍ର ଜନତା ଦଳର ଜିଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ରାୟଗଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ରଣଜିତ ରାୟଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ବିଷମକଟକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରଶାନ୍ତ ନାୟକ, ଗୁଣୁପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଜ୍ଞାନେନ୍ଦ୍ର ଗିରି ଗୋସ୍ବାମୀଙ୍କୁ ପର୍ଯ୍ୟବେକ୍ଷକ ଓ ଇମ୍ରାନ ଖାଁଙ୍କୁ ନିର୍ବାଚନମଣ୍ଡଳୀ ସଂଯୋଜକ ଏବଂ ବରଜୀ ଜଗନମୋହନ ରାଓଙ୍କୁ ରାୟଗଡ଼ା ମ୍ୟୁନିସିପାଲିଟିର ସହର ସଭାପତି (ଟାଉନ ପ୍ରେସିଡେଣ୍ଟ) ଭାବେ ନିଯୁକ୍ତ କରାଯାଇଛି।
ଏଥିସହିତ ବୌଦ୍ଧ ଜିଲାର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଏବଂ ସଂଯୋଜକ ନିଯୁକ୍ତ କରାଯାଇଛି। ଚିତ୍ତରଞ୍ଜନ କର୍ନାଙ୍କୁ ବୌଦ୍ଧ ପର୍ଯ୍ୟବେକ୍ଷକ, ସୁବୋଧ ପ୍ରଧାନଙ୍କୁ କଣ୍ଟାମାଳ ପର୍ଯ୍ୟବେକ୍ଷକ, ମୃତ୍ୟୁଞ୍ଜୟ ମିଶ୍ରଙ୍କୁ ବୌଦ୍ଧ ସଂଯୋଜକ ଏବଂ ସୁଧୀର ମହାକୁଡଙ୍କୁ କଣ୍ଟାମାଳ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଦେବଗଡ଼ ଜିଲା କମିଟି କର୍ମକର୍ତ୍ତା ରୋମାଞ୍ଚରଞ୍ଜନ ବିଶ୍ୱାଳଙ୍କୁ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଚିତ୍ତରଞ୍ଜନ ପ୍ରଧାନଙ୍କୁ ଦେବଗଡ଼ ଜିଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି।

Share