Categories: ବାଣିଜ୍ୟ

ୟୁବିଆଇ ବ୍ରହ୍ମପୁର କ୍ଷେତ୍ରର ନୂଆ କ୍ଷେତ୍ରୀୟ ମୁଖ୍ୟ

ଭୁବନେଶ୍ୱର,୫।୪: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ୟୁବିଆଇ ବ୍ରହ୍ମପୁର କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ବଂଶୀଧର ତ୍ରିପାଠୀ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ କାନପୁର କ୍ଷେତ୍ରର ଉପ-କ୍ଷେତ୍ରୀୟ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ବିଶେଷ କରି ବ୍ରହ୍ମପୁର କ୍ଷେତ୍ର ଅଧୀନରେ ଗଞ୍ଜାମ, ବୌଦ୍ଧ, ନୟାଗଡ଼ ଓ କନ୍ଧମାଳ ଭଳି ଜିଲା ଆସୁଥିଲାବେଳେ ଉକ୍ତ କ୍ଷେତ୍ରରେ ବ୍ୟାଙ୍କର ମୋଟ ୬୩ଟି ଶାଖା ରହିଛି। ଏପରିକି ବ୍ରହ୍ମପୁର କ୍ଷେତ୍ରରେ ବ୍ୟାଙ୍କର ମୋଟ୍‌ ବ୍ୟବସାୟ ୬,୪୩୬ କୋଟିରେ ପହଞ୍ଚିଛି।

ସେହିଭଳି ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ତ୍ରିପାଠୀ ଡିଜିଟାଇଜେଶନ୍‌ ଓ କ୍ରେଡିଟ୍‌ ସେବା ଉପରେ ଅଧିକ ଧ୍ୟାନ ଦେବେ ବୋଲି ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ,୨୦୦୯ରେ ତ୍ରିପାଠୀ ୟୁବିଆଇ ସହ ଜଡିତ ହେବା ସହିତ ମୁମ୍ବାଇ, ଅହମଦାବାଦ, ଚଣ୍ଡିଗଡ଼, ପୁଣେ(ପୁନା), ରାଜକୋଟ ଏବଂ କାନପୁର ଭଳି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପଦପଦବୀରେ କାର୍ଯ୍ୟ କରିବାର ଦୀର୍ଘ ୧୫ ବର୍ଷର ଅଭିଜ୍ଞତା ରହିଛି।

Share