Categories: ବାଣିଜ୍ୟ

ୟୁବିଆଇ କଟକ କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ

ଭୁବନେଶ୍ୱର,୨୦।୪: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ) କଟକ କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ସରୋଜ କୁମାର ରାଉତ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ରାଉତ ମୁମ୍ବାଇସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟର ରିଟେଲ ଆସେଟ୍‌ ବିଭାଗରେ ସହାୟକ ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ୧୯୯୯ରେ ରାଉତ ବ୍ୟାଙ୍କରେ ଯୋଗଦେବା ସହିତ ଅହମଦାବାଦ, ଚଣ୍ଡିଗଡ଼, ଲକ୍ଷ୍ନୌ, ମହୀଶୁର, ମାଙ୍ଗାଲୋର ଏବଂ ମୁମ୍ବାଇ ଭଳି ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିଛନ୍ତି। ଦୀର୍ଘ ୨୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ପ୍ରାୟ ୪ବର୍ଷରୁ ଊର୍ଦ୍ଧ୍ୱ ସମୟ ବ୍ୟାଙ୍କର ବିଭିନ୍ନ ଶାଖା ସ୍ତରରେ କାର୍ଯ୍ୟ କରିଥିବା ବେଳେ ବାକି ସମୟ ପ୍ରଶାସନିକ କାର୍ଯ୍ୟାଳୟରେ କାମ କରିଛନ୍ତି। ସେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ରିଟେଲ, କୃଷି, ଏମ୍‌ଏସ୍‌ଏମ୍‌ଇ, ଡିଜିଟାଲ ବ୍ୟାଙ୍କିଙ୍ଗ୍‌, ଏନ୍‌ପିଏ ପରିଚାଳନା ଓ ବ୍ୟବସାୟ ବିକାଶ ଆଦି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବା ସହି ବ୍ୟାଙ୍କର ବିକାଶ ଦିଗରେ କାର୍ଯ୍ୟ କରିଛନ୍ତି। ଏପରିକି ବ୍ୟାଙ୍କର ସର୍ବାଙ୍ଗୀନ ଉନ୍ନତି ଦିଗରେ ଆବଶ୍ୟକ ପଦକ୍ଷେପ ଓ କାର୍ଯ୍ୟ କରିବେ ବୋଲି ରାଉତ ମତପ୍ରକାଶ କରିଛନ୍ତି।

Share