Categories: ବାଣିଜ୍ୟ

ୟୁବିଆଇ ସମ୍ବଲପୁର କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ

ଭୁବନେଶ୍ୱର,୨୧।୪: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ)ର ସମ୍ବଲପୁର କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ଧର୍ମେନ୍ଦ୍ର ରାଜୋରିଆ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତିା ଏହା ପୂର୍ବରୁ ସେ ଗାଜିପୁର କ୍ଷେତ୍ରୀୟ କାର୍ଯ୍ୟାଳୟରେ କ୍ଷେତ୍ରୀୟ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଉଲ୍ଲେଖଯୋଗ୍ୟ, ୨୦୦୬ରେ ସେ ପ୍ରୋବେସନାରି ଅଫିସର ଭାବେ ବ୍ୟାଙ୍କରେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ରାଜୋରିଆ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ମୁମ୍ବାଇ ଭଳି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପଦପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ବିଶେଷକରି ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ତାଙ୍କର ବ୍ୟାପକ ଅଭିଜ୍ଞତା ମଧ୍ୟ ରହିଛି। ଅପରପକ୍ଷରେ ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ସେ ଉତ୍ତମ ଗ୍ରାହକ ସେବା, ଅଗ୍ରିମ ଓ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ଉପରେ ଅଧିକ ଗୁରୁତ୍ୱ ଦେବେ ବୋଲି ମତପ୍ରକାଶ କରିଛନ୍ତି।

Share