୪ ଏସିପିଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୨। ୯ (ବ୍ୟୁରୋ):  ଭୁବନେଶ୍ୱର କମିଶନରେଟ ପୋଲିସର ଜୋନ୍‌-୧ ଏସିପି ମାନସ ଗଡ଼ନାୟକ ଓ ଜୋନ୍‌-୪ ଏସିପି ରବୀନ୍ଦ୍ରନାଥ ଶତପଥୀ କରୋନାରେ ଆକ୍ରାନ୍ତ ହୋଇ ହୋମ୍‌ ଆଇସୋଲେଶନରେ ଅଛନ୍ତି। ତେଣୁ ସେମାନେ ସୁସ୍ଥ ହେବା ପର୍ଯ୍ୟନ୍ତ ଅନ୍ୟ ଦୁଇ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଆଇବିରେ ଥିବା ଏସିପି ରଜତ କୁମାର ରାୟଙ୍କୁ ଜୋନ୍‌-୧ ଓ ଲାଇସେନ୍ସ ସେଲରେ ଥିବା ଏସିପି ସୁବାସଚନ୍ଦ୍ର ପଣ୍ଡାଙ୍କୁ ଜୋନ୍‌-୪ ଏସିପି ଭାବେ ଦାୟିତ୍ୱ ଦିଆଯାଇଛି। ତେବେ କମିଶନରେଟ ପୋଲିସର ଲୋକ ସମ୍ପର୍କ ଅଧିକାରୀ ଥିବା ଏସିପି ଶିଶିର କୁମାର ମିଶ୍ର ଗ୍ରିଭାନ୍ସ ସେଲ୍‌ର ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେହିପରି ଏସିପି ଜୁଡିସିଆଲ(ନ୍ୟାୟିକ)ରେ ଥିବା ଅନିରୁଦ୍ଧ ରାଉତରାୟଙ୍କୁ ଲାଇସେନ୍ସ ସେଲ୍‌ ଦାୟିତ୍ୱ ଦିଆଯାଇଛି। ପରବର୍ତ୍ତୀ ଅର୍ଡର ପର୍ଯ୍ୟନ୍ତ ଏମାନେ ଉକ୍ତ ପଦରେ ରହିବେ ବୋଲି କମିଶନରେଟ ପୋଲିସ ମୁଖ୍ୟାଳୟରୁ ଜାରି ଚିଠିରୁ ଜଣାପଡ଼ିଛି।

Share