ଭୁବନେଶ୍ବର,୧୨ା୧୧(ବ୍ୟୁରୋ): ଭାଜପାରେ ଦୁଇ ଜଣ ବରିଷ୍ଠ ନେତାଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଭାଜପା ଆର୍ଥତ୍କ ଦୁର୍ବଳଶ୍ରେଣୀ ବର୍ଗ ପ୍ରକୋଷ୍ଠ (ଇଡବ୍ଲ୍ୟୁଏସ୍ ସେଲ୍)ର ରାଜ୍ୟ ସଂଯୋଜକ ଭାବେ କୁଳମଣି ମିଶ୍ରଙ୍କୁ ଦାୟିତ୍ୱ ମିଳିଛି। ସେହିପରି ଦଳର ଶିକ୍ଷକ ପ୍ରକୋଷ୍ଠ (ଟିଚର ସେଲ୍)ର ରାଜ୍ୟ ସଂଯୋଜକ ଭାବେ ଅଧ୍ୟାପକ ଲକ୍ଷ୍ମୀକାନ୍ତ ମିଶ୍ରଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଥିବା ଗଣମାଧ୍ୟମ ବିଭାଗ ମୁଖ୍ୟ ଦିଲୀପ ମଲିକ ସୂଚନା ଦେଇଛନ୍ତି।