Categories: ଜାତୀୟ

ରାବ୍ରିଙ୍କୁ ନୂଆ ଦାୟିତ୍ୱ: ହେବେ ଆରଜେଡି ବିଧାନ ପରିଷଦ ବିରୋଧୀ ଦଳର ନେତା…

ପାଟନା,୧୭।୨ : ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ବର୍ତ୍ତମାନ ବିହାର ବିଧାନ ପରିଷଦରେ ବିରୋଧୀ ଦଳର ନେତା ଦାୟିତ୍ୱ ଗ୍ରହଣ କରିବେ। ଆରଜେଡି ରାଜ୍ୟ ସଭାପତି ଜଗଦାନନ୍ଦ ସିଂ ଏ ସମ୍ପର୍କରେ ବିହାର ବିଧାନ ପରିଷଦ ଅଧ୍ୟକ୍ଷ ଦେବେଶ ଚନ୍ଦ୍ର ଠାକୁରଙ୍କୁ ଏକ ଚିଠି ଲେଖିଛନ୍ତି। ତ୍‌ଚିଠି ଲେଖି ଦଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏମଏଲସି ରାବ୍ରି ଦେବୀଙ୍କୁ ବିରୋଧୀଦଳର ନେତା କରିବାକୁ ସେ ଅନୁରୋଧ କରିଛନ୍ତି।

ଏହା ବ୍ୟତୀତ ଆରଜେଡି ରାଜ୍ୟ ସଭାପତି ଜଣେ ବରିଷ୍ଠ ଦଳର ନେତା ତଥା ଲାଲୁ ଯାଦବଙ୍କ ନିକଟ ସୁନୀଲ ସିଂଙ୍କୁ ମୁଖ୍ୟ ସଚେତକ କରିବାକୁ ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅଧ୍ୟକ୍ଷ ଦେବେଶ ଚନ୍ଦ୍ର ଠାକୁରଙ୍କ ନିର୍ଦ୍ଦେଶରେ ବିଧାନ ପରିଷଦ ସଚିବାଳୟ ପଦକ୍ଷେପ ନେଇଛି।

ବିଧାନ ପରିଷଦ ସଚିବ ଅଖିଳେଶ କୁମାର ଝା ରାବ୍ରି ଦେବୀଙ୍କୁ ବିରୋଧୀଦଳର ନେତା ତଥା ସୁନୀଲ ସିଂଙ୍କୁ ବିଧାନ ପରିଷଦରେ ମୁଖ୍ୟ ସଚେତକ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Share