Posted inଜାତୀୟ

ସ୍ବାସ୍ଥ୍ୟ ବୀମା ପାଇଁ ଆସିଲା ନୂଆ ନିୟମ: ଏଣିକି…

ନୂଆଦିଲ୍ଲୀ,୨୨ା୪:ସ୍ବାସ୍ଥ୍ୟ ବୀମା କ୍ରୟ କ୍ଷେତ୍ରରେ ପୂର୍ବରୁ ରହିଆସିଥିବା ସର୍ବୋଚ୍ଚ ବୟସ ସୀମା ୬୫ ବର୍ଷକୁ ଇନ୍‌ସ୍ୟୁରାନ୍ସ ରେଗୁଲେଟୋରି ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ଆଇଆର୍‌ଡିଏଆଇ) ପକ୍ଷରୁ ହଟାଇ ଦିଆଯାଇଛି। ଫଳରେ ଏଣିକି ଜଣେ ବ୍ୟକ୍ତି ୬୫ ବର୍ଷ ବୟସରେ ମଧ୍ୟ ସ୍ବାସ୍ଥ୍ୟ ବୀମା କିଣିପାରିବେ। ବରିଷ୍ଠ ନାଗରିକମାନଙ୍କ ସୁବିଧା ପାଇଁ ଏହି ନୂଆ ନିୟମ କରାଯାଇଛି।
ବୀମା ନିୟନ୍ତ୍ରକ ସଂସ୍ଥା ଆଇଆର୍‌ଡିଏଆଇର ଏକ ବିଜ୍ଞପ୍ତି ଅନୁସାରେ, ବୀମା ପ୍ରଦାନକାରୀ କମ୍ପାନୀଗୁଡ଼ିକୁ ସ୍ବାସ୍ଥ୍ୟ ବୀମାର ଏମିତି ପ୍ରଡକ୍ଟ ଆଣିବାକୁ ପଡ଼ିବ, ଯାହାକି ବରିଷ୍ଠ ନାଗରିକ, ଛାତ୍ରୀଛାତ୍ର, ପିଲା ଓ ମାତୃତ୍ୱ ଆବଶ୍ୟକତାକୁ ପୂରଣ କରିପାରୁଥିବ। ଏହି ନିର୍ଦ୍ଦେଶନାମା ଜାରି ହେବା ଫଳରେ ଜୀବନ ସ୍ଥିତି ଓ ସ୍ବାସ୍ଥ୍ୟ ଆବଶ୍ୟକତାର ବିବିଧ କ୍ଷେତ୍ରକୁ ସାମିଲ କରିବା ପାଇଁ ବୀମା କମ୍ପାନୀଗୁଡ଼ିକ ଉତ୍ସାହିତ ହେବେ। ଆଇଆର୍‌ଡିଏଆଇ ଏହାବାଦ୍‌ ବରିଷ୍ଠ ନାଗରିକଙ୍କୁ ସୁବିଧା ପ୍ରଦାନ ଲାଗି କେତେକ ନୂଆ ପଲିସି ଆଣିବାକୁ ବାଧ୍ୟତାମୂଳକ କରିଛି। ଦାବିଗୁଡ଼ିକର ତୁରନ୍ତ ଫଇସଲା ଏବଂ ଅଭିଯୋଗ ଶୁଣାଣି ନିମନ୍ତେ ସ୍ବତନ୍ତ୍ର ଚ୍ୟାନେଲ ଖୋଲିବାକୁ ମଧ୍ୟ ଇନ୍‌ସ୍ୟୁରାନ୍ସ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତରେ ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ମାନବୀୟ ତଥା ଯନତ୍ଶୀଳ କରି ବିକଶିତ କରିବା ଉଦ୍ଦେଶ୍ୟରେ ଆଇଆର୍‌ଡିଏଆଇ ଏହି ନୂଆ ନିୟମ ଆଣିଛି। କର୍କଟ, ହୃଦ୍‌ଘାତ, କିଡ୍‌ନୀ ଫେଲ୍ୟୁର୍‌ ଏବଂ ଏଡ୍ସ ଆଦିରେ ଆକ୍ରାନ୍ତ ବ୍ୟକ୍ତି ସ୍ବାସ୍ଥ୍ୟ ବୀମା କିଣିବାରେ ଅଧିକ ସୁବିଧା ପାଇବେ। ଏଭଳି ରୋଗଗୁଡ଼ିକ ପଲିସି କିଣିବାରେ ବାଧକ ହୋଇପାରିବ ନାହିଁ। ସେହିପରି ପୂର୍ବସ୍ଥିତି ସର୍ତ୍ତ ଆଗରୁ ୪୮ ମାସ ଥିବାବେଳେ ଏବେ ଏହାକୁ ୩୬ ମାସକୁ ହ୍ରାସ କରାଯାଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ଗଣବଳାତ୍କାର

ଭୋପାଳ,୨୬ା୧୦: ମଧ୍ୟପ୍ରଦେଶରେ ଦୁଇଟି ଜଘନ୍ୟ ବଳାତ୍କାର ସାମ୍ନାକୁ ଆସିଛି। ଗୋଟିଏ ଦେଶର ‘ସବୁଠୁ ସ୍ବଚ୍ଛ ସହର’ ଇନ୍ଦୋରରେ ଏବଂ ଅନ୍ୟଟି ରଓ୍ବୋରେ ଘଟିଛି। ରଓ୍ବୋ ମାମଲାରେ...

ଶାହାଙ୍କ ଉପରେ ପୁରସ୍କାର ଘୋଷଣା କଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ, ସିଆର୍‌ପିଏଫ୍‌ ସ୍କୁଲ ବନ୍ଦ ପାଇଁ ଆହ୍ବାନ

ନୂଆଦିଲ୍ଲୀ,୨୫ା୧୦ : ଖଲିସ୍ତାନୀ ଆତଙ୍କବାଦୀ ତଥା ‘ଶିଖ୍‌ସ ଫର୍‌ ଜଷ୍ଟିସ୍‌’ (ଏସ୍‌ଏଫ୍‌ଜେ) ମୁଖ୍ୟ ଗୁର୍‌ପତଓ୍ବନ୍ତ ସିଂ ପନ୍ନୁ ପୁଣିଥରେ ଭାରତକୁ ଧମକ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୫।୧୦: ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟ୍‌କା ଲାଗିଛି। ବାରାଣସୀ କୋର୍ଟ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି। ତେବେ ଜ୍ଞାନବାପିର ଏଏସ୍‌ଆଇ ସର୍ଭେ...

କିଏ ନେବେ ରତନ ଟାଟାଙ୍କ ଅତିପ୍ରିୟ ‘ଟିଟୋ’ର ଯତ୍ନ, ସାମ୍ନାକୁ ଆସିଲା ଏହି ନାମ

ମୁମ୍ବାଇ,୨୫।୧୦: ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ତଥା ସମ୍ମାନିତ ଚେୟାରମ୍ୟାନ ରତନ ଟାଟାଙ୍କ ଅକ୍ଟୋବର ୯ରେ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ୮୬ ବର୍ଷ ବୟସରେ...

ଝାଡଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୫।୧୦: ଆଗକୁ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଝାଡଖଣ୍ଡ ନିର୍ବାଚନକୁ ନେଇ ସବୁ ଦଳ ବଳ କଷାକଷି ଆରମ୍ଭ କରିଥିବାବେଳେ ଜାତୀୟ ରାଜନୀତି...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସୁପ୍ରିମକୋର୍ଟଙ୍କରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ହାଇକୋର୍ଟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri