ନୂଆବର୍ଷରୁ ନୂଆ ନିୟମ, ବେଆଇନ ସିମ କାର୍ଡ କିଣିଲେ ୩ ବର୍ଷ ଜେଲ ସହିତ ୫୦ ଲକ୍ଷ ଜରିମାନା…

ନୂଆଦିଲ୍ଲୀ,୨୩।୧୨ : ନୂଆବର୍ଷରୁ ସିମ କାର୍ଡ କିଣିବା ନେଇ ନୂଆ ନିୟମ ଆସିବାକୁ ଯାଉଛି। ନୂଆ ବର୍ଷଠାରୁ ଯେକେହି ବେଆଇନ ସିମ କିଣିଲେ ତାଙ୍କୁ ୩ ବର୍ଷ ଜେଲ ଏବଂ ୫୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଏକ ବିଲ ସଂସଦର ଉଭୟ ଗୃହ ରାଜ୍ୟସଭା ଏବଂ ଲୋକସଭାରେ ପାରିତ କରିଛନ୍ତି। ରାଷ୍ଟ୍ରପତିଙ୍କ ଦସ୍ତଖତ ପରେ ଏହି ବିଲ ଆଇନରେ ପରିଣତ ହେବ। ଏପରି ପରିସ୍ଥିତିରେ, କେହି ନକଲି ଡକ୍ୟୁମେଣ୍ଟରେ ଏକ ବେଆଇନ ସିମ କିଣନ୍ତି, ତେବେ ତାଙ୍କୁ ଦଣ୍ଡ ଭୋଗିବାକୁ ପଡିବ। ଏହା ସହିତ କେନ୍ଦ୍ର ସରକାର ଏକ ନୂତନ ସିମ କାର୍ଡ କିଣିବା ପାଇଁ ନିୟମକୁ କଡାକଡି କରିଛନ୍ତି।

ନୂତନ ନିୟମ ଅନୁଯାୟୀ, ନୂଆ ବର୍ଷରୁ ମୋବାଇଲ ସିମ ପାଇବା କଷ୍ଟକର ହେବ। ନୂତନ ନିୟମ ଅନୁଯାୟୀ, ଜିଓ ଏବଂ ଏୟାରଟେଲ ପରି ସମସ୍ତ ଟେଲିକମ କମ୍ପାନୀ କେବଳ ବାୟୋମେଟ୍ରିକ ଯାଞ୍ଚ ପରେ ମୋବାଇଲ ସିମ କାର୍ଡ ପ୍ରଦାନ କରିବେ। ଯଦି ଟେଲିକମ କମ୍ପାନୀଗୁଡିକ ନିୟମ ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କୁ ୨ କୋଟି ଟଙ୍କା ଜୋରିମାନା ଦେବାକୁ ପଡିବ। ମୋବାଇଲ ସିମ କାର୍ଡ ବିକ୍ରି କରୁଥିବା ଦୋକାନର ଲାଇସେନ୍ସ ବାତିଲ ହେବ ।

 

Share