Posted inଜାତୀୟ

ଆଜିଠାରୁ ଲାଗୁ ହେଲା ୫ ନୂଆ ନିୟମ, ଖାଉଟିଙ୍କ ପକେଟ ଉପରେ ପଡିବ ସିଧା ପ୍ରଭାବ, ଜାଣି ନିଅନ୍ତୁ ନ ହେଲେ ପସ୍ତେଇବେ…

ନୂଆଦିଲ୍ଲୀ,୧।୯: ସେପ୍ଟେମ୍ବର ୧ ୨୦୨୪ ଅର୍ଥାତ ଆଜିଠାରୁ ଦେଶରେ ଅନେକ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏଲପିଜି ସିଲିଣ୍ଡର ମୂଲ୍ୟ ଠାରୁ ଆରମ୍ଭ କରି କ୍ରେଡିଟ କାର୍ଡ ନିୟମ ପର୍ଯ୍ୟନ୍ତ ଏବଂ ମାଗଣା ଆଧାର ଅପଡେଟ କରିବାର ସମୟସୀମା ଠାରୁ ଆରମ୍ଭ କରି ସ୍ବତନ୍ତ୍ର ଏଫଡି ଯୋଜନାରେ ଟଙ୍କା ବିନିଯୋଗର ନିୟମକୁ ମଧ୍ୟ ପ୍ରଭାବିତ କରିବ।

ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (UIDAI) ମାଗଣା ଆଧାର ଡକ୍ୟୁମେଣ୍ଟ ଅପଡେଟକୁ ଜୁନ ୧୪ରୁ ସେପ୍ଟେମ୍ବର ୧୪, ୨୦୨୪ ପର୍ଯ୍ୟନ୍ତ ଅର୍ଥାତ ତିନିମାସ ବୃଦ୍ଧି କରିଛି। ଯଦି ଆପଣ ଏହି ମାଗଣା ସେବାର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ୧୪ ସେପ୍ଟେମ୍ବର ସୁଦ୍ଧା ଆପଣଙ୍କର ଆଧାର ଅନଲାଇନରେ ଅପଡେଟ କରନ୍ତୁ। ନଚେତ ୧୪ ତାରିଖ ପରେ ଆପଣଙ୍କୁ ଦେୟ ଦେବାକୁ ପଡିବ। ବର୍ତ୍ତମାନ ମାଗଣା ଆଧାର ଅପଡେଟ କେବଳ ଅନଲାଇନରେ ଉପଲବ୍ଧ ହେଉଛି। ଯଦି ଆପଣ ଅପଡେଟ୍‌ ପାଇଁ ଆଧାର ସେବା କେନ୍ଦ୍ରକୁ ଯାଆନ୍ତି, ତେବେ ଆପଣଙ୍କୁ ସେଠାରେ ଦେୟ ଦେବାକୁ ପଡିବ।

ତୈଳ ମାର୍କେଟିଂ କମ୍ପାନୀଗୁଡିକ ଆଜିଠାରୁ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ବଡ଼ ପରିବର୍ତ୍ତନ କରିଛନ୍ତି। ଆଜିଠାରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୩୯ ଟଙ୍କା ବୃଦ୍ଧି କରାଯାଇଛି। ୧୯ କିଲୋଗ୍ରାମ ସିଲିଣ୍ଡରର ୧୬୯୧.୫୦ ଟଙ୍କାରେ ବିକ୍ରି ହେବ। ଏହା ବ୍ୟତୀତ ଏଭିଏଶନ ଟର୍ବାଇନ ଇନ୍ଧନ ଏବଂ CAG-PNG ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହୋଇପାରେ।

ବଢୁଥିବା ନକଲି କଲ ଏବଂ ସ୍ପାମ ମେସେଜକୁ ରୋକିବା ପାଇଁ ଟେଲିକମ ରେଗୁଲେଟାରୀ ଅଥରିଟି ଅଫ ଇଣ୍ଡିଆ (TRAI) ଆଜିଠାରୁ ଏକ ନୂଆ ନିୟମ ଲାଗୁ କରୁଛି। TRAI ଟେଲିକମ କମ୍ପାନୀଗୁଡିକ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି ଯେଉଁଥିରେ କୁହାଯାଇଛି ଯେ ସେପ୍ଟେମ୍ବର ୩୦ ସୁଦ୍ଧା ସେମାନେ ସିରିଜରୁ ଆରମ୍ଭ ହୋଇଥିବା ୧୪୦ଟି ମୋବାଇଲ ନମ୍ବର ଟେଲି ମାର୍କେଟିଂ କଲ ଏବଂ ବ୍ୟବସାୟିକ ମେସେଜିଂକୁ ବ୍ଲକଚେନ୍‌ ବେସ ଡିଷ୍ଟ୍ରିବ୍ୟୁଶନରେ ସ୍ଥାନାନ୍ତର କରିବା ଉଚିତ। ଏଥିସହ ଟେଲି ମାର୍କେଟିଂ ସେବାଗୁଡିକ ସେପ୍ଟେମ୍ବର ୩୦ ସୁଦ୍ଧା ବ୍ଲକ ଚେନ ଆଧାରିତ ସିଷ୍ଟମରେ ରୂପାନ୍ତରିତ ହେବ। ଏହା ସୁରକ୍ଷା ବୃଦ୍ଧି କରିବା ସହ ଅବାଞ୍ଛିତ କଲ ଓ ମେସେଜକୁ ହ୍ରାସ କରିବ।

କ୍ରେଡିଟ କାର୍ଡ ନିୟମରେ ବିଶେଷକରି ରିଓ୍ବାର୍ଡ ପଏଣ୍ଟ ଏବଂ ଦେୟ ସୂଚୀ ସମ୍ବନ୍ଧରେ ପରିବର୍ତ୍ତନ କରାଯିବ। HDFC ବ୍ୟାଙ୍କର କାରବାର ଉପରେ ରିଓ୍ବାର୍ଡ ପଏଣ୍ଟ କ୍ୟାପ ସୀମା ନିର୍ଦ୍ଧାରଣ କରାଯିବ। ଅର୍ଥାତ କାର୍ଡଧାରୀମାନେ କେବଳ ବିଦ୍ୟୁତ କିମ୍ବା ଜଳ ପରି ସେବା ପାଇଁ ଦେୟ ଦେବାବେଳେ ମାସକୁ ୨ହଜାର ପଏଣ୍ଟ ପର୍ଯ୍ୟନ୍ତ ରିଓ୍ବାର୍ଡ ପାଇପାରିବେ। ଏହା ବ୍ୟତୀତ, HDFC ବ୍ୟାଙ୍କ ତୃତୀୟ ପକ୍ଷ ଆପ ମାଧ୍ୟମରେ ଶିକ୍ଷାଗତ ଦେୟ ଦେବାରେ କୌଣସି ରିଓ୍ବାର୍ଡ ଦେବ ନାହିଁ। IDFC ଫାଷ୍ଟ ବ୍ୟାଙ୍କ ଏହାର ଦେୟ ସୂଚୀକୁ ଅପଡେଟ୍‌ କରୁଛି। ଏଥିରେ, କ୍ରେଡିଟ କାର୍ଡରେ ଦିଆଯିବାକୁ ଥିବା ସର୍ବନିମ୍ନ ପରିମାଣ ସେପ୍ଟେମ୍ବରରୁ ହ୍ରାସ ହେବ। ଦେୟ ତାରିଖକୁ ବର୍ତ୍ତମାନ ୧୫ ଦିନକୁ ହ୍ରାସ କରାଯିବ।

ରୁପେ କ୍ରେଡିଟ କାର୍ଡ ଜାରି କରିଥିବା ସମସ୍ତ ବ୍ୟାଙ୍କ୍‌କୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI)ର ନିର୍ଦ୍ଦେଶ ଅନୁଯାୟୀ, ରୁପେ କ୍ରେଡିଟ କାର୍ଡ ଏବଂ ୟୁପିଇ କାରବାର ଶୁଳ୍କ ରିଓ୍ବାର୍ଡ ପଏଣ୍ଟ କିମ୍ବା ଅନ୍ୟାନ୍ୟ ଲାଭରୁ କାଟି ଦିଆଯିବା ଉଚିତ ନୁହେଁ। NPCI ର ଏହି ନିର୍ଦ୍ଦେଶ ୧ ସେପ୍ଟେମ୍ବର ୨୦୧୪ ଠାରୁ କାର୍ଯ୍ୟକାରୀ ହେବ।

ଆଇଡିବିଆଇ ବ୍ୟାଙ୍କ ଏଫଡିର ଡେଡ୍‌ଲାଇନ୍‌ ଅବଧି ୩୦୦ ଦିନ, ୩୭୫ ଦିନ ଏବଂ ୪୪୪ଦିନର ବିଶେଷ ଅବଧି ଯାଏଁ ବୃଦ୍ଧି କରିଛି। ତାଲିକାରେ ଯୋଡି ହୋଇଥିବା ନୂଆ କାର୍ଯ୍ୟକାଳ ୭୦୦ ଦିନ ରହିଛି। ୩୦୦ ଦିନରେ ମାଚ୍ୟୁର ହେଉଥିବା ସ୍ବତନ୍ତ୍ର ଏଫଡି ଉପରେ ସାଧାରଣ ନାଗରିକମାନଙ୍କୁ ବ୍ୟାଙ୍କ ୭.୦୫% ପ୍ରଦାନ କରିଥାଏ। ଏହି ସମୟରେ, ବରିଷ୍ଠ ନାଗରିକମାନେ ୩୦୦ ଦିନର ସ୍ବତନ୍ତ୍ର FD ରେ ୭.୫୫% ପାଆନ୍ତି ।।
IDBI ବ୍ୟାଙ୍କ ଜୁନ ୩୦, ୨୦୨୪ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ବତନ୍ତ୍ର FD ପାଇଁ ସମୟସୀମା ବୃଦ୍ଧି କରିଛି। ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କର ସ୍ବତନ୍ତ୍ର ଏଫଡି ପାଇଁ ସମୟ ସୀମା ୩୦ ସେପ୍ଟେମ୍ବର ରହିଛି। ଏସବିଆଇ ଅମୃତ କଲଶ ସ୍ପେଶାଲ ଏଫଡି ସ୍କିମର ଶେଷ ତାରିଖ ମଧ୍ୟ ୩୦ ସେପ୍ଟେମ୍ବର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

ନାଇଡୁଙ୍କ ଉପରେ ଦୋଷ ଲଦି ତିରୁପତି ଲଡୁ ବିବାଦକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ଜଗନ ରେଡ୍ଡୀ

ତିରୁପତି,୨୨।୯: ତିରୁପତି ଲଡୁ ବିବାଦକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଦାବି କରିଛନ୍ତି ଯେ ଲଡୁ ପ୍ରସାଦରେ ପଶୁ...

କଂଗ୍ରେସର ହାର୍ଟବିଟ ବଢାଉଛି ଶୈଳଜାଙ୍କ ନିରବତା

ନୂଆଦିଲ୍ଲୀ,୨୨।୯: ହରିୟାଣାରେ ବିଧାନସଭା ନିର୍ବାଚନର ଉତ୍ସାହ ଜୋରସୋରରେ ଚାଲିଛି, କିନ୍ତୁ ଏହି ନିର୍ବାଚନ ଶବ୍ଦ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା କୁମାରୀ ଶୈଳଜାଙ୍କ ନିରବତା ଅନେକ...

ହିନ୍ଦୁମାନଙ୍କ ଭାବନା ସହ ଖେଳାଯାଇଛି, ରବିଶଙ୍କର କହିଲେ କେବଳ ଲଡୁ ନୁହେଁ…

ହାଇଦ୍ରାବାଦ,୨୨ା୯: ତିରୁପତି ବାଲାଜୀଙ୍କ ଲଡୁକୁ ନେଇ ତୁଟୁନି ବିବାଦ। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର। ୧୮୫୭ ସିପାହୀ ବିଦ୍ରୋହ...

ପରାସ୍ତ ହେବ ଚାଇନା, କ୍ୱାଡ୍‌ ସମ୍ମିଳନୀରେ ମିଳିଲା ନେତାଙ୍କ ବଡ଼ ସଙ୍କେତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୯: କ୍ୱାଡ୍‌ ନେତାଙ୍କ ମିଳିତ ବିବୃତ୍ତିରେ ବଡ଼ ସଙ୍କେତ ମିଳିଛି। କ୍ୱାଡ୍‌ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ।...

ଦିଲ୍ଲୀରେ ରହିବାକୁ ମୋର ଘର ନାହିଁ, କାହିଁକି ଏମିତି କହିଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୨ା୯: ଆମ୍‌ ଆଦ୍‌ମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ରବିବାର ଦିଲ୍ଲୀର ଜନ୍ତରମନ୍ତରରେ ଆୟୋଜିତ ହୋଇଥିବା ‘ଜନତା କି ଅଦାଲତ’ରେ ଭାଗ ନେଇଥିଲେ। ଏହା...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri