ଉତ୍ତରକୋରିଆରେ ନୂଆ ନିୟମ: ଏମିତି ଗାଳି ଦେଲେ ମିଳିବ ମୃତ୍ୟୁଦଣ୍ଡ

ପ୍ୟୋଙ୍ଗ୍‌ୟାଙ୍ଗ,୧୯ା୭: ଉତ୍ତରକୋରିଆରେ କରୋନା ମହାମାରୀ ଯୋଗୁ ଲକ୍‌ଡାଉନ୍‌ ସ୍ଥିତିରେ ରହିଛି। ଉତ୍ତରକୋରିଆ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ସେ ଏକ ନୂଆ ନିୟମ ଜାରି କରିଛନ୍ତି। ଯେଉଁଥିରେ ଜଣେ ବ୍ୟକ୍ତି ଦକ୍ଷିଣକୋରିଆ, ଆମେରିକା ଏବଂ ଜାପାନରୁ ଆସୁଥିବା ସାମଗ୍ରୀ ସହିତ ଧରାପଡ଼ିବେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ଏହା ବ୍ୟତୀତ ଏହି ଦେଶଗୁଡ଼ିକର ମିଡିଆ ଦେଖିଲେ ମଧ୍ୟ ୧୫ ବର୍ଷ ଯାଏ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ।

ବର୍ତ୍ତମାନ ଆଉ ଏକ ନୂଆ ନିୟମ ଜାରି କରାଯାଇଛି। ଦକ୍ଷିଣକୋରିଆର ଗାଳି ଏବଂ ସାଧାରଣ ଭାଷା ମଧ୍ୟ ନିଷେଧ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ପୂର୍ବରୁ ଦକ୍ଷିଣକୋରିଆର ହେୟାର ଷ୍ଟାଇଲ୍‌ ଏବଂ ବିଦେଶୀ ଫ୍ୟାଶନ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା। ଲୋକଙ୍କୁ କୁହାଯାଇଛି ଯେ, ଉତ୍ତରକୋରିଆର ସର୍ବେଶ୍ରେଷ୍ଠ ଭାଷା ଅଛି। ନିଜ ଭାଷା ପ୍ରୟୋଗ କରି। ଯଦି କେହି ଦକ୍ଷିଣକୋରିଆର ଭାଷା କହିବ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ।

Share