Categories: ଜାତୀୟ

ରାଜଧାନୀରେ ନୂଆ ନିୟମ, ଲାଉଡ୍‌ସ୍ପିକର ଲଗାଇଲେ ଜରିମାନା ଲକ୍ଷେ ଟଙ୍କା…

ନୂଆଦିଲ୍ଲୀ,୧୦।୭: ଧ୍ୱନି ପ୍ରଦୂଷଣ ନେଇ ରାଜଧାନୀ ଦିଲ୍ଲୀରେ ନୂଆ ନିୟମ ଜାରି ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏସମ୍ପର୍କରେ ନିର୍ଦ୍ଦେଶ ଜାରି ହୋଇଛି। ବିନା ଅନୁମତିରେ ଲାଉଡସ୍ପିକର ଲଗାଇଲେ ଜରିମାନା ୧୦ ହଜାରରୁ ଆରମ୍ଭ କରି ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିବ ବୋଲି ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୧୦୦୦ କେଭିଏ ଡିଜେ ସେଟ୍‌ ଲଗାଇଲେ ଜରିମାନ ଲକ୍ଷେ ଟଙ୍କା ଦେବାକୁ ପଡ଼ିବ। ସେହିପରି ଡିଜେ ସେଟ୍‌କୁ ଜବତ ମଧ୍ୟ କରାଯିବ। ୬୨.୫ କେଭିଏରୁ ଅଧିକ ଡିଜେ ସେଟ୍‌ ଲଗାଇଲେ ଜରିମାନା ୨୫ ହଜାର ଦେବାକୁ ପଡ଼ିବ। ସେହିପରି ୬୨.୫ କେଭି, ପର୍ଯ୍ୟନ୍ତ ଡିଜେସେଟ୍‌ ବଜାଇଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ ହେବ। କମର୍ସିଆଲ୍‌ ଅଞ୍ଚଳରେ ଧ୍ୱନି ପ୍ରଦୂଷଣ ହେଲେ ହଜାରେ ଟଙ୍କା ଜରିମାନା। ଅପରପକ୍ଷରେ ଓାଇଲେଣ୍ଟ୍‌ ଜୋନ୍‌୍‌ରେ ଏହା ୩ ହଜାର ଟଙ୍କା ରହିଛି। ବିବାହରେ ବାଣଫୁଟା ଗଲେ କମର୍ସିଆଲ୍‌ ଅଞ୍ଚଳରେ ୧୦ ହଜାର ଏବଂ ସାଇଲେଣ୍ଟ୍‌ ଜୋନ୍‌ରେ ୨୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଦ୍ୱିତୀୟ ଥର ଏଭଳି ଉଲ୍ଲଂଘନ କଲେ ଜରିମାନା ୪୦ ହଜାର ଦେବାକୁ ପଡ଼ିବ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏସମ୍ପର୍କରେ କୁହାଯାଇଛି।

Share