ରାଜ୍ୟ ବଜେଟରେ ବଡ଼ ଘୋଷଣା: ଚାଷୀଙ୍କ ପାଇଁ ନୂଆ ଯୋଜନା

ଭୁବନେଶ୍ୱର,୨୫।୭: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବଜେଟରେ ଚାଷୀମାନଙ୍କ ପାଇଁ ନୂଆ ଯୋଜନା ସିଏମ କିଷାନ ଅଣାଯାଇଛି। ସିଏମ କିଷାନ ଯୋଜନା ପାଇଁ ୧୯୩୫ କୋଟି ବ୍ୟୟବରାଦ କରାଯାଇଛି।

କୃଷି ପାଇଁ ୩୩ ହଜାର କୋଟି। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ ଆକାର ବଢ଼ିଛି। ଗତବର୍ଷ କୃଷି ବଜେଟ ୨୪, ୮୨୯ କୋଟି ଥିବା ବେଳେ ଚଳିତ ବର୍ଷ କୃଷି ବଜେଟ ପରିମାଣ ୩୩, ୯୧୯ କୋଟି ରହିଛି।

ସେହିପରି ଧାନ କୁଇଣ୍ଟାଲ ୩୧ଶହ ଟଙ୍କା ହେବ ବୋଲି ବଜେଟରେ ଘୋଷଣା କରାଯାଇଛି।
କୁଇଣ୍ଟାଲ ୩୧ଶହ ଟଙ୍କାରେ ଧାନ କିଣାଯିବ। ଧାର୍ଯ୍ୟ ଏମଏସ୍ପିଠାରୁ ୮ଶହ ଟଙ୍କା ଅଧିକ ଦିଆଯିବ।

Share