Categories: ବାଣିଜ୍ୟ

୧୨ରେ ଅରୁନ୍ଧତୀ ଜୁଏଲର୍ସର ନୂତନ ଶୋ’ରୁମ୍‌

ଭବାନୀପାଟଣା,୧୧।୫(ସ୍ବ.ପ୍ର.): ଅରୁନ୍ଧତୀ ଜୁଏଲର୍ସର ନୂତନ ଫ୍ଲାଗଶିପ୍‌ ଶୋ’ରୁମ ଆସନ୍ତା ଶୁକ୍ରବାର କଳାହାଣ୍ଡି ଜିଲା ଭବାନୀପାଟଣାଠାରେ ଶୁଭାରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷେୀରେ ଓଲିଉଡ୍‌ ନାୟିକ ଅର୍ଚ୍ଚିତା ସାହୁ ଯୋଗ ଦେବା ସହ ନୂତନ ଆଉଟ୍‌ଲେଟ୍‌କୁ ଉଦ୍‌ଘାଟନ କରିବେ ବୋଲି ଅରୁନ୍ଧତୀ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୫,୦୦୦ ବର୍ଗଫୁଟ ପରିମିତ ସ୍ଥାନରେ ଗଢି ଉଠିଥିବା ଏହି ନୂତନ ଷ୍ଟୋରରେ ୫ହଜାରରୁ ଊଦ୍ଧ୍ୱର୍ର୍ ସୁନା ଓ ହୀରା ଗହଣାର ଡିଜାଇନ୍‌ ସମେତ ସମ୍ପୂର୍ଣ୍ଣ ହଲମାର୍କ (ଏଚୟୁଆଇଡି) ଶୁଦ୍ଧତାଯୁକ୍ତ ଓ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ରୁପା ଗହଣା ଆଦି ଗ୍ରାହକମାନେ ପାଇପାରିବେ। ଅପରପକ୍ଷରେ ନୂତନ ଶୋରୁମ ଶୁଭାରମ୍ଭ ଅବସରରେ ଆକର୍ଷଣୀୟ ଅଫର ସହ ହଲମାର୍କ ସୁନା ଗହଣାର ଗଢ଼ା ମଜୁରି ଉପରେ ୩୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ସେହିଭଳି ପୁରୁଣା ଗହଣା ଉପରେ ୫୦୦ଟଙ୍କା ଓ ହୀରା ଗହଣାର ହୀରା ମୂଲ୍ୟ ଉପରେ ୨୧% ରିହାତି ସମେତ ପ୍ରତି ୫ ହଜାର ଟଙ୍କାର କ୍ରୟ ଉପରେ ମାଗାଣା କୁପନ ଉପଲବ୍ଧ ରହିଛି, ଯେଉଁଥିରେ କି କାର, ବାଇକ୍‌, ସ୍କୁଟି ସହ ଲକ୍ଷପତି ହେବାର ସୁଯୋଗ ଗ୍ରାହକମାନେ ପାଇପାରିବେ ବୋଲି ଅରୁନ୍ଧତୀ ପକ୍ଷରୁ କୁହାଯାଇଛି।

 

Share