Categories: ବାଣିଜ୍ୟ

ଭବାନୀପାଟଣାରେ ଅରୁନ୍ଧତୀ ଜୁଏଲର୍ସର ନୂତନ ଶୋ’ରୁମ୍‌

ଭୁବନେଶ୍ୱର,୧୩।୫: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସର ସର୍ବବୃହତ୍‌ ଶୋ’ରୁମ୍‌ ଶୁକ୍ରବାର କଳାହାଣ୍ଡି ଜିଲାର ଭବାନୀପାଟଣା ନିକଟସ୍ଥ ମା’ମାଣିକେଶ୍ୱରୀ ମନ୍ଦିର ନିକଟରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ୫,୦୦୦ ବର୍ଗଫୁଟ ପରିମିତ ସ୍ଥାନରେ ଗଢ଼ି ଉଠିଥିବା ଏହି ଶୋ’ରୁମ୍‌ରେ ସର୍ବୋତ୍ତମ ଡିଜାଇନ ଓ ସମ୍ପୂୂର୍ଣ୍ଣ ହଲ୍‌ମାର୍କ ଏଚ୍‌ୟୁଆଇଡି ଶୁଦ୍ଧତା ଯୁକ୍ତ ୫୦୦୦ରୁ ଊଦ୍ଧ୍ୱର୍ର୍ ସୁନା ଓ ହୀରା ଗହଣାର ଡିଜାଇନ ଏବଂ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ରୁପା ଗହଣା ସହ କଳାକୃତିର ବ୍ୟାପକ ସମ୍ଭାର ଉପଲବ୍ଧ। ସେହିଭଳି ଅରୁନ୍ଧତୀର ୫-ଷ୍ଟାର ପ୍ରମିଜ୍‌ ସେବା ସହ ଆକର୍ଷଣୀୟ ଅଫର ଏଚ୍‌ୟୁଆଇଡି ହଲ୍‌ମାର୍କ ସୁନାଗହଣାର ଗଢ଼ା ମଜୁରି ଉପରେ ୩୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମଧ୍ୟ ଦିଆଯାଉଛି। ସେହିପରି ପୁରୁଣା ଗହଣା ଉପରେ ୫୦୦ ଟଙ୍କାର ଏକ୍ସଟ୍ରା ଏକ୍ସଚେଞ୍ଜ ବୋନସ ଏବଂ ହୀରା ଗହଣାର ମୂଲ୍ୟ ଉପରେ ଫ୍ଲାଟ୍‌ ୨୧% ରିହାତି ପ୍ରଦାନ କରାଯାଉଛି। ଏପରିକି ପ୍ରତି କ୍ରୟରେ ଆକର୍ଷଣୀୟ ଉପହାର ସହ ୫୦୦୦ ଟଙ୍କାର କ୍ରୟ ଉପରେ ମାଗଣା କୁପନ ମଧ୍ୟ ଗ୍ରାହକଙ୍କୁ ଦିଆଯାଉଛି। ଉକ୍ତ ଲକି କୁପନ ଜରିଆରେ ଗ୍ରାହକ ମାରୁତି ଡିଜାୟାର ଭିଏକ୍ସଆଇ, ହିରୋ ଗ୍ଲାମର ମୋଟର ସାଇକେଲ, ହିରୋ ଜୁମ୍‌ ସ୍କୁଟି ଓ ଲକ୍ଷପତି ହେବାର ବ୍ୟାପକ ସୁଯୋଗ ମଧ୍ୟ ପାଇପାରିବେ।
ଏ ସମ୍ପର୍କରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର କହିଛନ୍ତି, ଦୀର୍ଘ ୨୩ ବର୍ଷ ଧରି ନିରନ୍ତର ଓ ନିଷ୍ଠାପର ଭାବେ ଅରୁନ୍ଧତୀର ଗ୍ରାହକମାନଙ୍କୁ ସେବା ଯୋଗାଇ ଆସୁଛୁ। ଏପରିକି ୧୦୦% ହଲ୍‌ମାର୍କ ଶୁଦ୍ଧତା ଯୁକ୍ତ ଓ ସ୍ବତନ୍ତ୍ର କାରୁକାର୍ଯ୍ୟ ଭରା ସୁନାଗହଣା, ସ୍ବଚ୍ଛତା ଓ ପାରଦର୍ଶିତା ଭରା ପ୍ରତ୍ୟେକ ବ୍ୟବସାୟିକ ପଦକ୍ଷେପ ଗ୍ରହଣ କରି କାରବାର କରୁଛୁ।

Share