Categories: ବାଣିଜ୍ୟ

ଯାଜପୁରରେ କଲ୍ୟାଣ ଜୁଏଲର୍ସର ନୂଆ ଶୋ’ରୁମ୍‌

ଯାଜପୁର ରୋଡ୍‌,୧୭ା୧୦(ପବିତ୍ର ରଞ୍ଜନ ମହାନ୍ତି): କଲ୍ୟାଣ ଜୁଏଲର୍ସର ନୂଆ ଶୋ’ରୁମ୍‌ ଯାଜପୁର ରୋଡ୍‌ର ଅର୍ଜୁନ କମ୍ପ୍ଳେକ୍ସ ଠାରେ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଏହିପରିପ୍ରେକ୍ଷୀରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସମ୍ମାନିତ ଅତିଥିଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣ ଜୁଏଲର୍ସର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଯୋଗଦେଇଥିଲେ।
ଏ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣ ରମଣ କହିଛନ୍ତି, କମ୍ପାନୀ ଭାବେ ଏକ ବଡ଼ ମାଇଲଖୁଣ୍ଟ ହାସଲ କରିଛୁ ଏବଂ ଗ୍ରାହକଙ୍କ ଶପିଂ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଏକ ସାମଗ୍ରିକ ବ୍ୟବସ୍ଥା ସୃଷ୍ଟି କରିଛୁ। ଅଭିବୃଦ୍ଧି ଯାତ୍ରାର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ କରିଥିବାବେଳେ ଯାଜପୁର ରୋଡ୍‌ରେ ନୂଆ ଶୋରୁମ୍‌ ଖୋଲାଯାଇଥିବା ବିଷୟରେ ଘୋଷଣା କରି ବେଶ ଆନନ୍ଦିତ। ଏହି ଉନ୍ମୋଚନ ସହିତ ଓଡ଼ିଶାରେ ଆମେ ଆମର ଭୌଗୋଳିକ ଉପସ୍ଥିତି ବଢ଼ାଇଛୁ ଏବଂ ଗ୍ରାହକମାନଙ୍କୁ ଶ୍ରେଷ୍ଠ ମାନର ଶପିଂ ଅନୁଭୂତି ପ୍ରଦାନ କରିବା ସହ ବିଶ୍ୱାସ ଓ ସ୍ବଚ୍ଛତାକୁ ନେଇ କମ୍ପାନୀର ରହିଥିବା ମୂଲ୍ୟବୋଧ ବଜାୟ ରଖିବା ପ୍ରତି ପ୍ରତିବଦ୍ଧ ରହିଛୁ। ଏହି ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ଉତ୍ସବକୁ ପାଳନ କରିବା ଲାଗି ସର୍ବନିମ୍ନ ୧ ଲକ୍ଷ ଟଙ୍କାର ଶପିଂ ଉପରେ ଗ୍ରାହକଙ୍କୁ କିଣାମୂଲ୍ୟର ଅଧା ଦାମ୍‌ରେ ୦% ପ୍ରତିଶତ ଗଢ଼ା ମୂଲ୍ୟ ଅଫର ପ୍ରଦାନ କରାଯାଉଛି। କଲ୍ୟାଣ ଜୁଏଲର୍ସରେ ବିକ୍ରି କରାଯାଉଥିବା ଗହଣାଗୁଡ଼ିକ ବିଆଇଏସ୍‌ ହଲ୍‌ମାର୍କର ଏବଂ ଏକାଧିକ ଶୁଦ୍ଧତା ପରୀକ୍ଷା ଦେଇ ଗତିକରେ। ଗ୍ରାହକମାନେ କଲ୍ୟାଣ ଜୁଏଲର୍ସର ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍‌ ପାଇବେ, ଯାହା ଶୁଦ୍ଧତା, ଗହଣାର ଜୀବନବ୍ୟାପୀ ମରାମତି, ସମ୍ପୂର୍ଣ୍ଣ ଉପତ୍ାଦ ବିବରଣୀ, ଏକ୍ସଚେଞ୍ଜ୍‌ ଓ ବାଏ ବ୍ୟାକ୍‌ ନୀତିରେ ସ୍ବଚ୍ଛତା ଆଦିର ଗ୍ୟାରେଣ୍ଟି ପ୍ରଦାନ କରୁଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Share