Categories: ବାଣିଜ୍ୟ

ସୌଭାଗ୍ୟ ନଗରରେ ଖିମ୍‌ଜୀ ଜୁଏଲର୍ସର ନୂତନ ଶୋ’ରୁମ୍‌

ଭୁବନେଶ୍ୱର,୧୬।୧୦ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସର ନୂତନ ଶୋ’ରୁମ୍‌ ରବିବାର ଭୁବନେଶ୍ୱରର ସୌଭାଗ୍ୟ ନଗରଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଖିମ୍‌ଜୀ ଜୁଏଲର୍ସର ଚେୟାରମ୍ୟାନ୍‌ ଦୀନେଶ ଖିମ୍‌ଜୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖିମ୍‌ଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ କିଶୋର ଖିମ୍‌ଜୀ, ନିର୍ଦ୍ଦେଶକ ମିତେଶ ଖିମଜୀ ଏବଂ ସୁମିତ୍‌ ଖିମ୍‌ଜୀଙ୍କ ସମେତ ଅନ୍ୟମାନେ ଉପସ୍ଥିିତ ଥିଲେ। ବିଶେଷ କରି ୫୦୦୦ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଗଢି ଉଠିଥିବା ଏହି ନୂତନ ଶୋ’ରୁମ୍‌ରେ ରୁପା ଅଳଙ୍କାର ସମେତ ହଲ୍‌ମାର୍କ ସୁନା, ହୀରା ଏବଂ ପ୍ଲାଟିନମ୍‌ ଅଳଙ୍କାରର ଏକ ବିସ୍ତୃତ ସଂଗ୍ରହମାନ ଏଠାରେ ମଧ୍ୟ ଉପଲବ୍ଧ ରହିଛି। ଏହାବ୍ୟତୀତ ପୁରୁଣା ସୁନା ଅଳଙ୍କାରର ବଦଳ (ଏକ୍ସଚେଞ୍ଜ୍‌) ସୁବିଧା ମଧ୍ୟ ଏଠାରେ ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଉଛି।

ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ କହିଛନ୍ତି, ଭୁବନେଶ୍ୱରରେ ଆମେ ଆମର ୩ୟ ଏବଂ ଓଡିଶାର ୮ମ ଷ୍ଟୋର୍‌ ଖୋଲି ବେଶ୍‌ ଉତ୍ସାହିତ ଅଛୁ, ବିଶେଷକରି ଆମର ଆକର୍ଷଣୀୟ ଅଳଙ୍କାର ଏବଂ ସର୍ବୋଚ୍ଚ ଗ୍ରାହକ ସେବାକୁ ପାଥେୟ କରି ଆମେ ଉଭୟ ସୌଭାଗ୍ୟ ନଗର ଅଞ୍ଚଳ ସମେତ ସହରବାସୀଙ୍କ ନିକଟତର ହେବା ପାଇଁ ବ୍ୟାପକ ପ୍ରୟାସ ଓ ଯୋଜନା କରିଛୁ। ଅପରପକ୍ଷରେ ଭୁବନେଶ୍ୱରର ଆମର ପ୍ରିୟ ଗ୍ରାହକଙ୍କ ପାଇଁ ଆମର ବ୍ରାଣ୍ଡ୍‌କୁ ଅଧିକ ସୁଗମ କରିବା ହେଉଛି ଆମର ଲକ୍ଷ୍ୟ। ଏହି ସମ୍ପ୍ରସାରଣ ଗ୍ରାହକଙ୍କୁ ସର୍ବୋତ୍ତମ ସେବା ପ୍ରଦାନ କରିବା ପାଇଁ ରହିଥିବା ଆମର ଦାୟିତ୍ୱକୁ ପ୍ରତିଫଳିତ କରିବ। ସେହିଭଳି ଖିମ୍‌ଜୀ ଜୁଏଲର୍ସରେ ରିଟେଲ୍‌ଡ୍‌ ହୋଇଥିବା ସମସ୍ତ ଅଳଙ୍କାର ବିଆଇଏସ୍‌ ହଲ୍‌ମାର୍କ ଏବଂ ସମସ୍ତ ହୀରା ଆଇଜିଆଇ ସାର୍ଟିଫାୟାର୍ଡ ଅଟେ।
ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଖିମଜୀର ଏହା ଅଷ୍ଟମ ଶୋ’ରୁମ୍‌ ହୋଇଥିବାବେଳେ ଭୁବନେଶ୍ୱରରେ ୩ୟ ଆଉଟଲେଟ ସୌଭାଗ୍ୟ ନଗରଠାରେ ଶୁଭାରମ୍ଭ ହୋଇଛି। ଏହା ପୂର୍ବରୁ ଭୁବନେଶ୍ୱରର ଶହୀଦନଗର ଏବଂ ଚନ୍ଦ୍ରଶେଖରପୁରଠାରେ ଖିମଜୀର ଏକ୍ସକ୍ଲୁସିଭ ଆଉଟଲେଟ ରହିଛି।

Share