‘ଦଶବି’ର ନୂଆ ଗୀତ ରିଲିଜ୍‌

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘ଦଶବି’ର ପ୍ରମୋଶନରେ ବ୍ୟସ୍ତ। ଏହି ଫିଲ୍ମରେ ଜଣେ ବ୍ୟକ୍ତିଙ୍କ କାହାଣୀ ବିଷୟରେ ଦେଖାଯାଇଛି, ଯିଏ ଦୁର୍ନୀତିରେ ଲିପ୍ତ ରହି ଜେଲକୁ ଯିବା ପରେ ଜେଲରୁ ଦଶମ ପରୀକ୍ଷା ଦିଏ। ଫିଲ୍ମକୁ ନେଇ ଅଭିଷେକ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଶୁକ୍ରବାର ଫିଲ୍ମର ଏକ ନୂତନ ଗୀତ ରିଲିଜ ହୋଇଛି । ଏହି ଗୀତର ନାମ ହେଉଛି ‘ଠାନ୍‌ ଲିୟା’ ।
ଏହି ଗୀତରେ ଅଭିଷେକ ଦଶମ ଶ୍ରେଣୀ ପାଇଁ କଷ୍ଟ କରୁଥିବା ନଜର ଆସିଛନ୍ତି। ଗୀତରେ ଏହା ଦେଖିବାକୁ ମିଳେ ଯେ, ପରୀକ୍ଷା ଲାଗି ଅଭିଷେକ ଦିନରାତି କଠିନ ପରିଶ୍ରମ କରୁଛନ୍ତି। ନିକଟରେ ଏହି ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଥିଲା, ଯେଉଁଥିରେ ଅଭିଷେକଙ୍କୁ ଦୃଢ଼ ଭୂମିକାରେ ଦେଖିବାକୁ ମିଳିଥିଲା।
ଅଭିଷେକଙ୍କ ବ୍ୟତୀତ ୟାମି ଗୌତମଙ୍କୁ ଜଣେ କଠୋର ପୋଲିସ ଭୂମିକାରେ ଫିଲ୍ମରେ ଦେଖିବାକୁ ମିଳିବ। ନିମ୍ରତ କୌରଙ୍କୁ ଅଭିଷେକଙ୍କ ସ୍ତ୍ରୀ ବିମଲା ଦେବୀ ଭୂମିକାରେ ନଜର ଆସିବେ।

Share