ଆଣ୍ଟାର୍କଟିକାରେ ନୂତନ ପ୍ରଜାତି ଗୁଳ୍ମ ଚିହ୍ନଟ, ଭାରତୀ ନାମରେ ହେଲା ନାମିତ…

ଆଣ୍ଟାର୍କଟିକା,୧୦।୭: ଭାରତୀୟ ବୈଜ୍ଞାନିକମାନେ ଅଣ୍ଟାର୍କଟିକାରେ ନୂତନ ପ୍ରଜାତିର ଗୁଳ୍ମ ଚିହ୍ନଟ କରିଛନ୍ତି। ଏହି ଗୁଳ୍ମକୁ ସ୍ଥାନୀୟ ଭାରତୀ ଷ୍ଟେଶନ ନାମରେ ନାମ କରଣ କରାଯାଇଛି। ଏହାକୁ ବୈଜ୍ଞାନିକ ବ୍ରାୟମ୍‌ ଭାରତିନେସିସ୍‌ ଭାବେ ନାମିତ କରାଯାଇଛି। ହିନ୍ଦୁ ଦେବୀ ସରସ୍ବତୀଙ୍କୁ ଭାରତୀ କୁହାଯାଇଥାଏ। ୨୦୧୬-୧୭ରେ ପଞ୍ଜାବ ସେଣ୍ଟ୍ରାଲ ବିଶ୍ୱବିଦ୍ୟାଳୟର ପୋଲାର ବାୟୋଲୋଜିଷ୍ଟ୍‌ ଆର୍କିଟିକ୍‌ ମିଶନରେ ଯାଇଥିଲେ। ସେହି ସମୟରେ ବଟାନି ବିଭାଗର ମୁଖ୍ୟ ପ୍ରଫେସର ଡ. ଫେଲିକ୍ସ୍‌ ବାଷ୍ଟ୍‌ ଲାର୍ସମନ୍‌ ହିଲ୍ସ୍‌ର ଭାରତୀ ଷ୍ଟେଶନ ନିକଟରେ ଏହି ନୂଆ ପ୍ରଜାତିକୁ ଦେଖିଥିଲେ। ସେ ଏହା ଉପରେ ଅଧିକ ଗବେଷଣା କରିବା ଲାଗି ଏହାର ନମୁନା ସଂଗ୍ରହ କରି ବିଶ୍ୱବିଦ୍ୟାଳୟକୁ ଆଣିଥିଲେ। ଗୁଳ୍ମଟି ପ୍ରବଳ ଥଣ୍ଡାରେ ମଧ୍ୟ ଜୀବିତ ରହିବାକୁ ସକ୍ଷମ ହୋଇଥାଏ। ଭାରତୀ ଗୁଳ୍ମ ସମ୍ପର୍କରେ ରିପୋର୍ଟ ଏସିଆ ପାସିଫିକ୍‌ ବାୟୋଡାଇଭରସିଟି ପତ୍ରିକାରେ ପ୍ରକାଶ ପାଇଛି।

Share