ନୂଆଦିଲ୍ଲୀ, ୧୧।୪: ବିରୋଧୀ ଦଳ ନେତାଙ୍କ ଉପରେ ଗୁପ୍ତଚରଗିରି ପାଇଁ କେନ୍ଦ୍ର ସରକାର ଇସ୍ରାଏଲ୍ ସ୍ପାଏଓ୍ବେର୍ ‘ପେଗାସସ୍’ ଭଳି ‘କଗ୍ନାଇଟ୍’ ନାମରେ ଏକ ସ୍ପାଏଓ୍ବେର କିଣିବାକୁ ଯୋଜନା କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ସରକାର ୯୮୬ କୋଟି ଟଙ୍କାରେ ଏହି ସ୍ପାଏଓ୍ବେର କିଣିବାକୁ ଥିବା କଂଗ୍ରେସ ମୁଖପାତ୍ର ପଓ୍ବନ ଖେରା ସୋମବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଉକ୍ତ ସ୍ପାଏଓ୍ବେର୍ ବିରୋଧୀ ନେତାଙ୍କ ସମେତ ଗଣମାଧ୍ୟମ, ସାମାଜିକକର୍ମୀ ଏବଂ ଏନ୍ଜିଓ ଉପରେ ନଜର ରଖିବ।