୩୩ ଦେଶରେ ନୂଆ ଷ୍ଟ୍ରେନ୍‌ ଆତଙ୍କ

ନୂଆଦିଲ୍ଲୀ,୨।୧: ବ୍ରିଟେନ୍‌ରୁ ଆରମ୍ଭ ହୋଇଥିବା କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ଏବେ ପୃଥିବୀର ୩୩ଟି ଦେଶରେ ପହଞ୍ଚିଛି। କେତେକ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଥିବାବେଳେ ନୂଆ ଷ୍ଟ୍ରେନ୍‌ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ଇତିମଧ୍ୟରେ ୪୦ରୁ ଅଧିକ ଦେଶ ବ୍ରିଟେନ୍‌ ସହିତ ବିମାନ ଚଳାଚଳ ବନ୍ଦ କରିସାରିଛନ୍ତି। କରୋନାର ନୂଆ ଷ୍ଟ୍ରେନ୍‌ ୭୦ ପ୍ରତିଶତ ଅଧିକ ବେଗରେ ସଂକ୍ରମଣ କରୁଥିବାରୁ ଲୋକଙ୍କ ମଧ୍ୟରେ କୋକୁହା ଭୟ ସୃଷ୍ଟି ହୋଇଛି। ସମ୍ପ୍ରତି ବ୍ରିଟେନ୍‌ ସହିତ ଆମେରିକା, ତୁର୍କୀ, ଅଷ୍ଟ୍ରେଲିଆ, ବେଲଜିୟମ୍‌, ବ୍ରାଜିଲ୍‌, କାନାଡ଼ା, ଚିଲି, ଚାଇନା, ଡେନମାର୍କ, ଫିନଲାଣ୍ଡ୍‌, ଫ୍ରାନ୍ସ, ଜର୍ମାନୀ, ଆଇସ୍‌ଲାଣ୍ଡ୍‌, ଭାରତ, ଏୟାରଲାଣ୍ଡ, ଇସ୍ରାଏଲ୍‌, ଇଟାଲୀ, ଜାପାନ, ଜୋର୍ଡ଼ାନ, ଲେବାନନ୍‌, ମାଲଟା,, ନେଦରଲାଣ୍ଡ୍‌, ନରଓ୍ବେ, ପାକିସ୍ତାନ, ପର୍ତ୍ତୁଗାଲ, ସିଙ୍ଗାପୁର ଆଦି ଦେଶରେ ନୂଆ ଷ୍ଟ୍ରେନ୍‌ ପହଞ୍ଚି ସାରିଛି। ସେହିପରି ଏହି ତାଲିକାରେ ଦକ୍ଷିଣ କୋରିଆ,ସ୍ପେନ୍‌, ସ୍ବିଡେନ୍‌, ସ୍ବିଜରଲାଣ୍ଡ ଏବଂ ୟୁଏଇ ଆଦି ଦେଶ ମଧ୍ୟ ରହିଛନ୍ତି। ନୂଆ ଷ୍ଟ୍ରେନ୍‌କୁ ରୋକିବା ପାଇଁ କରୋନା ମାର୍ଗଦର୍ଶିକା ପାଳନ ଉପରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି।

Share