ପ୍ରକୃତି ସଂରକ୍ଷଣର ନୂଆ ରଣନୀତି

ଅତି ନିର୍ଦ୍ଦୟ ଓ ଅସହନୀୟ ଭାବେ ଉତ୍ତୋଳନ କରାଯାଉଥିବା ପ୍ରାକୃତିକ ସମ୍ପଦ ଉପରେ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ନିର୍ଭରଶୀଳ। ତେବେ ପ୍ରକୃତି ଉପରେ ଆମର ସମ୍ପୂର୍ଣ୍ଣ ନିର୍ଭରଶୀଳତା ସତ୍ତ୍ୱେ ଏହାର ଅବଦାନ ସମ୍ପୂର୍ଣ୍ଣ ପରୋକ୍ଷ ଓ ଅଦୃଶ୍ୟ ହୋଇ ରହିଯାଉଛି। ଏଣୁ ଏକ ପ୍ରକୃତି-ସକାରାତ୍ମକ ଭବିଷ୍ୟତ ଗଠନ ପାଇଁ ନୀତିଯୁକ୍ତ ନୂତନ ପିଢ଼ି ଆବଶ୍ୟକ ଏବଂ ପରିସଂସ୍ଥା ସମ୍ପତ୍ତି ଏବଂ ସେବା ପାଇଁ ସୁପରିଚାଳିତ ବଜାର ଦରକାର। ପ୍ରକୃତି ଏବଂ ଜଳବାୟୁ ସ୍ଥିରତା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଏବଂ ସେମାନଙ୍କ ଭବିଷ୍ୟତ ପରସ୍ପର ସହ ଜଡ଼ିତ। ଏବେ ଅନିୟନ୍ତ୍ରିତ ବିଶ୍ୱ ତାପମାତ୍ରା ପୃଥିବୀର ପ୍ରାକୃତିକ ସମ୍ପଦକୁ ନଷ୍ଟ କରୁଥିବାବେଳେ ଗ୍ରୀନ୍‌ ହାଉସ୍‌-ଗ୍ୟାସ୍‌ (ଜିଏଚ୍‌ଜି)ବା ସବୁଜ ଗୃହ ବାଷ୍ପ ନିର୍ଗମନକୁ ସୀମିତ ରଖିବା ପାଇଁ ଜୈବ ବିବିଧତା ସଂରକ୍ଷଣ ଏବଂ ପୁନରୁଦ୍ଧାର ଏକାନ୍ତ ଆବଶ୍ୟକ। କିନ୍ତୁ ବୈଶ୍ୱିକ ଅର୍ଥ ବ୍ୟବସ୍ଥାରୁ କାର୍ବନକୁ ଅଲଗା କରିବା ପାଇଁ ନିଆଯାଉଥିବା ପଦକ୍ଷେପ ପରିସଂସ୍ଥାର ଅପବ୍ୟବହାରକୁ ରୋକିବା ଲାଗି ଯଥେଷ୍ଟ ନୁହେଁ। ଏଣୁ ଆଜିର ଜଳବାୟୁ ପ୍ଲେବୁକ୍‌ ବା ରଣନୀତିଭିତ୍ତିକ ପୁସ୍ତିକାରୁ ଶିକ୍ଷା ନେଇ ଲାଭ ଉଠାଯାଇପାରେ, କିନ୍ତୁ ତାହାକୁ ଏଡ଼ାଇଯିବାରେ କିଛି ହେବ ନାହିଁ।
ଜୈବ ବିବିଧତା ଅବକ୍ଷୟ ରୋକିବା ଏବଂ କମାଇବା ପାଇଁ ଏକ ନୂତନ ରଣନୀତି ଆବଶ୍ୟକ ଏବଂ ଏହାକୁ ଲେଖିବା ବା ଗଢ଼ିବାରେ ସାହାଯ୍ୟ କରିବା ପାଇଁ ମାର୍ଚ୍ଚ ୨୦୨୨ରେ ନେଚର ମାର୍କେଟ ବା ପ୍ରକୃତି ବଜାର ଉପରେ ଟାସ୍କଫୋର୍ସ ଗଠନ କରାଯାଇଥିଲା। ବ୍ରାଜିଲର ବେଲେମରେ ଆୟୋଜିତ ଆମାଜନ ରେନ୍‌ ଫରେଷ୍ଟ ମିଳିତ ମଞ୍ଚରେ ପ୍ରକୃତିର କ୍ଷତି ବଦଳରେ ତାହାର ସଂରକ୍ଷଣ କରିପାରୁଥିବା ନୂତନ ପିଢ଼ିର ଭଲ ବଜାର କିଭଳି ଗଠନ କରିହେବ ତା’ଉପରେ ଟାସ୍କଫୋର୍ସର ନିର୍ଯାସ ଏବଂ ସୁପାରିସଗୁଡ଼ିକ ପ୍ରକାଶ କରାଯିବ। ପ୍ରକୃତିର ଗୁରୁତ୍ୱ ରଖିବା ଦିଗରେ ଏହିପରି ଏକ ଟାସ୍କଫୋର୍ସର ଆବଶ୍ୟକତା ଏକ ଐତିହାସିକ ଆଭିମୁଖ୍ୟ ପ୍ରତିପାଦିତ କରେ। ଅଧିକ କିଛି ହାସଲ କରିବା ପାଇଁ ପ୍ରକୃତି ସମ୍ବନ୍ଧୀୟ ବିପଦକୁ ଠାବକରିବା ଏବଂ ପ୍ରକୃତି ସମ୍ବନ୍ଧୀୟ ତଥ୍ୟ ଓ ସୂଚନା ଲୋକମାନଙ୍କୁ ଜଣାଇବା ଦରକାର। ଏଥିପାଇଁ ବି ଆଗ୍ରହ ବଢୁଛି ଓ ଏହାକୁ ପୁନଃ ଉପତ୍ାଦକ କୃଷି ଅଧିକ ଆକର୍ଷିତ କରୁଛି। ଜେନେଟିକ ଉତ୍ସଗୁଡ଼ିକର ଲାଭ ବାଣ୍ଟିବା ଉପରେ ଜୋର୍‌ଦାର ବିତର୍କ ସୃଷ୍ଟିହେବା ସହ ଜୈବ ବିବିଧତା- କ୍ରେଡିଟ୍‌ ମାର୍କେଟ ବି ଗଠନ ହେବାକୁ ଲାଗିଲାଣି। ବଜାରଭିତ୍ତିକ ସମାଧାନର ସମର୍ଥକମାନେ ଦାବି କରନ୍ତି ଯେ, ଏହି ବିକାଶଗୁଡ଼ିକ ସହ ସବୁନୀତି ପ୍ରକୃତି ଉପଯୋଗୀ ବୈଶ୍ୱିକ ଅର୍ଥନୀତିର ପରିଣାମକୁ ସମର୍ଥନ କରିବାର ସଙ୍କେତ ଦେଇଛି। ସେମାନେ ଯୁକ୍ତି କରନ୍ତି ଯେ, ପ୍ରକୃତି ସମ୍ବନ୍ଧୀୟ ଆର୍ଥିକ ଉତ୍ପାଦ ଏବଂ ସେବା ତଥା ଜୈବ ବିବିଧତାର ପୁନଃ ସ୍ଥାପନରେ ନିବେଶକୁ ସୁବିଧା ଦେଇପାରୁଥିବା ବ୍ୟବସାୟ ଓ ସରକାରଗୁଡ଼ିକୁ ପ୍ରୋତ୍ସାହିତ କଲେ ପରିସଂସ୍ଥାର ସୁରକ୍ଷା ଓ ସଂରକ୍ଷଣ ହେବ। ତେବେ ଗ୍ଲୋବାଲ ୱାର୍ମିଂ ସହ ଅନ୍ୟସବୁ ପରିଣାମକୁ ହ୍ରାସ କରିବା ନୀତି ନିର୍ମାତା ଏବଂ କର୍ପୋରେଟ ନେତାମାନଙ୍କ ସମାନ ପ୍ରକାର ଦୃଷ୍ଟିକୋଣ ଉପରେ ନିର୍ଭରକରେ। ଦୁଇଟି କାରଣ ପାଇଁ ବଜାରଭିତ୍ତିକ ମଡେଲ ସକାଶେ ଜଳବାୟୁ ପରିବର୍ତ୍ତନ ବି ଅଧିକ ନିୟନ୍ତ୍ରଣ କରାଯାଇପାରିବ। ସେହି ଦୁଇଟି କାରଣ ହେଲା, ଜିଏଚ୍‌ଜି ନିର୍ଗମନ ସହଜରେ ମୂଲ୍ୟାୟନଯୋଗ୍ୟ ଓ ଯାଞ୍ଚଯୋଗ୍ୟ ହେବା ଏବଂ ସବୁଜ ପ୍ରଯୁକ୍ତିବିଦ୍ୟା ବିପୁଳ ପରିମାଣର ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା। ଅନ୍ୟପକ୍ଷରେ ପ୍ରାକୃତିକ ବିଶ୍ୱକୁ ଜିଏଚ୍‌ଜି ନିର୍ଗମନ ସହ ମୂଲ୍ୟାୟନ କରିବା କଷ୍ଟକର।
ଏହା ବ୍ୟତୀତ ଏକ ନିବେଶଯୋଗ୍ୟ ପ୍ରଯୁକ୍ତିଗତ ସ୍ଥିତି , ଯାହା ପ୍ରକୃତିକୁ ସୁରକ୍ଷା କରିବା ଲାଗି ପରୀକ୍ଷାଗାରରେ ମାଂସ ତିଆରି ଓ ଭର୍ଟିକାଲ ଫାମିଂ ଭଳି ଟେକ୍‌ନୋଲୋଜିକୁ ସୂଚିତ କରେ ତାହା ପ୍ରାକୃତିକ ପ୍ରକୃତି ସହ ସମାନ ହୋଇପାରିବନାହିଁ।
ପ୍ରକୃତି ସଂରକ୍ଷଣ କରିବାରେ ଆଦିବାସୀ ଓ ସ୍ଥାନୀୟ ସମୁଦାୟଙ୍କ ଭୂମିକାରେ ଥିବା ପ୍ରଭେଦ ଚିନ୍ତାର ବିଷୟ। ବିଶ୍ୱ ଜନସଂଖ୍ୟାର ମାତ୍ର ୫% ଥିବା ଆଦିବାସୀ ପୃଥିବୀର ୮୦% ଜୈବ ବିବିଧତାର ସୁରକ୍ଷା କରୁଛନ୍ତି। ଏପରିକି ମହତ୍‌ ଉଦ୍ଦେଶ୍ୟ ନିହିତ ବଜାର ଆଧାରିତ ନୀତି ଓ ସାଧନଗୁଡ଼ିକ ପ୍ରକୃତିର ସୁରକ୍ଷାରେ ଆଗୁଆ ଗୋଷ୍ଠୀଙ୍କୁ ଅଣଦେଖା ଏବଂ ସଂରକ୍ଷଣ ଦୂରଦୃଷ୍ଟିକୁ ନିଷ୍ପ୍ରଭ କରିପାରେ। ନିଶ୍ଚିତ କରିବାକୁ ପଡ଼ିବ ଯେ,ବଜାର ପ୍ରକ୍ରିୟା ପ୍ରକୃତିକୁ ସୁରକ୍ଷା କରିବା ଲାଗି ବ୍ୟବହାର କରାଯାଇପାରିବ। ଏହିସବୁ ଭିନ୍ନ ଧରଣର ଆହ୍ବାନଗୁଡ଼ିକୁ ଦେଖିଲେ ଯଦି ସେମାନଙ୍କର ଶାସକୀୟ ସିଦ୍ଧାନ୍ତ ଓ ସଞ୍ଚାଳନ ପଦ୍ଧତିଗୁଡ଼ିକ ସମାନତା ଓ ନିରନ୍ତର ସମୃଦ୍ଧି ପାଇଁ ତିଆରି କରାଯାଇଥିବ ତେବେ ସେମାନେ ନିଶ୍ଚିତ ସଫଳ ହେବେ। ଟାକ୍ସଫୋର୍ସ ୭ଟି ବ୍ୟବହାରିକ ସୁପାରିସ କରିଛି ଯାହା ବିଶ୍ୱ ଅର୍ଥନୀତିକୁ ଏକ ପ୍ରକୃତି-ସକାରାତ୍ମକ ପଥରେ ଚଲାଇପାରିବ। ସବୁଠୁ ବେଶି ଦରକାର ହେଉଛି ଅର୍ଥମନ୍ତ୍ରୀମାନେ ଏବଂ କେନ୍ଦ୍ରୀୟ ବ୍ୟାଙ୍କରମାନେ ଅର୍ଥନୈତିକ ଏବଂ ବିତ୍ତୀୟ ଆଇନ ସହ ଏକମତ ହେବା ଆବଶ୍ୟକ। ଏହାସହ ଜୈବ ବିବିଧତା ସଂରକ୍ଷଣ ଓ ପ୍ରକୃତିକୁ ସୁରକ୍ଷା କରିବାରେ ଥିବା ଆଗୁଆ ସମୁଦାୟଙ୍କୁ ସହଯୋଗ କରିବା ଲାଗି କାମ କରିବାକୁ ହେବ। ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଚୁକ୍ତିନାମା, ଅନ୍ତର୍ଜାତୀୟ ସମନ୍ବୟ ନୀତିକୁ ଜି୨୦ ମାଧ୍ୟମରେ ସଂଶୋଧନ କରାଯାଇଥିବାବେଳେ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଭିତ୍ତିଭୂମି ସୁନିଶ୍ଚିତ କରେ ଯେ ସ୍ବଳ୍ପ ଆୟକାରୀ ଦେଶଗୁଡ଼ିକ ପରିବର୍ତ୍ତନଭିତ୍ତିକ ଖର୍ଚ୍ଚର ଭାର ବହନ କରିବେ ନାହିଁ। ଏହାସହ କେନ୍ଦ୍ରୀୟ ବ୍ୟାଙ୍କ ଏବଂ ନିରୀକ୍ଷକମାନେ ମଧ୍ୟ ସୁନିଶ୍ଚିତ କରନ୍ତି ଯେ, ଆର୍ଥିକ ବଜାର ପ୍ରକୃତି ଏବଂ ଜଳବାୟୁ ପ୍ରତିଶ୍ରୁତିକୁ ସମର୍ଥନ କରିଛି। ଏଣୁ ବିଶ୍ୱର ଆର୍ଥିକ ପରିଚାଳନା କରୁଥିବା ବ୍ୟକ୍ତିମାନେ ଓ ବିତ୍ତୀୟ ସ୍ଥିରତାରେ ଥିବା ମଧ୍ୟବର୍ତ୍ତିକାଳୀନ ଲକ୍ଷ୍ୟଗୁଡ଼ିକୁ ସମାଧାନ କରିବାରେ ଅଧିକ ସକ୍ରିୟ ହେବା ଆବଶ୍ୟକ। ବିଶେଷକରି କୃଷିଜାତ ଉପତ୍ାଦର ମାର୍କେଟଗୁଡ଼ିକର ଜୈବ ବିବିଧତା,ଜଳବାୟୁ ଓ ସମାଜ ଉପରେ ଥିବା ଅତ୍ୟଧିକ ପ୍ରଭାବକୁ ବିଚାରକୁ ନେଇ ଏହାର ପୁନର୍ଗଠନ କରିବା ଆବଶ୍ୟକ । ଏଭଳି ଲକ୍ଷ୍ୟଭିତ୍ତିକ କାର୍ଯ୍ୟସବୁ ସ୍ବଚ୍ଛତା ବୃଦ୍ଧି ପାଇଁ ପଦକ୍ଷେପଗୁଡ଼ିକୁ ଅନ୍ତର୍ଭୂକ୍ତ କରିିବା ଉଚିତ । ଏହାସହ ସାମ୍ପ୍ରତିକ ପ୍ରକୃତିର ନିୟାମକରେ ଥିବା ଅସନ୍ତୋଷ ଦୂର କରାଯିବା ଦରକାର। ବେଆଇନ ଜଙ୍ଗଲ ନଷ୍ଟ , ଖଣି ଖନନ, ମତ୍ସ୍ୟଚାଷ ଏବଂ ବନ୍ୟଜନ୍ତୁ କାରବାର ଭଳି ପରିବେଶଗତ ଅପରାଧ ଉପରେ ଅଧିକ ଧ୍ୟାନଦେବା ଲାଗି ଆଣ୍ଟି ମନି ଲଣ୍ଡରିଂ ରୁଲ୍ସ ଦରକାର। ବିଶେଷକରି ଅତ୍ୟାବଶ୍ୟକ କୃଷିଜାତ ଉପତ୍ାଦନକାରୀଙ୍କ କ୍ଷେତ୍ରରେ ବୈଧ ନିବେଶ ଅଜାଣତରେ ଏହି ଅପରାଧଗୁଡ଼ିକୁ ବଢ଼ାଇପାରେ, ଯାହା ପ୍ରକୃତିକୁ ନଷ୍ଟକରିବା ସହ ହିଂସା ବୃଦ୍ଧି କରିବ।
ଜୈବ ବିବିଧତା କ୍ଷୟକୁ ଅଟକାଇବା ଏବଂ ତାହାକୁ ପୁଣି ଫେରାଇ ଆଣିବାର ଅନନ୍ୟ ଆହ୍ବାନ ଏବଂ ସମୃଦ୍ଧ ପରିସଂସ୍ଥା ଉପରେ ମାନବଜାତିର ସମ୍ପୂର୍ଣ୍ଣ ନିର୍ଭରଶୀଳତାକୁ ଦୃଷ୍ଟିରେ ରଖି ପ୍ରକୃତିର ସଂରକ୍ଷଣ ପାଇଁ ଆମକୁ ଏକ ନୂତନ ଲିଖିତ ରଣନୀତି ଆବଶ୍ୟକ। ଏହା ବର୍ତ୍ତମାନର ଜଳବାୟୁ ରଣନୀତି ସମ୍ପର୍କରେ ଦର୍ଶାଇବା ସହ ଲକ୍ଷ୍ୟ ହାସଲ ପାଇଁ ଉପଯୁକ୍ତ ତଥା ଅଧିକ ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ ସକାଶେ ପ୍ରେରିତ କରିପାରିବ। ମାନବ ଏବଂ ପୃଥିବୀ ପାଇଁ ସମାନ, ପ୍ରକୃତି-ସକାରାତ୍ମକ ପରିଣାମ ପ୍ରଦାନ କରିବାକୁ ପ୍ରକୃତି ବଜାରର ପରିକଳ୍ପନା କରିବାବେଳେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri