ଲକ୍ଷ୍ନୌ,୨୯।୧୨: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ନେଇ ଏବେ ଆତଙ୍କ ଜାରି ରହିଛି। ସ୍ବଦେଶ ଫେରୁଥିବା ବ୍ରିଟେନ୍ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ଉତ୍ତରପ୍ରଦେଶରେ କରୋନା ସଂକ୍ରମଣକୁ ନେଇ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ରାଜ୍ୟକୁ ବ୍ରିଟେନ୍ରୁ ଫେରିଥିବା ୫୭୦ ଜଣ ଲୋକଙ୍କର କୌଣସି ପତ୍ତା ମିଳୁନି। ପ୍ରଶାସନ ପାଖରେ ସେମାନଙ୍କ ସମ୍ପର୍କରେ କିଛି ବି ସୂଚନା ନାହିଁ। ସେମାନଙ୍କ ଯୋଗୁ ରାଜ୍ୟରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ସଂକ୍ରମଣ ହେବାର ଆଶଙ୍କା ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଡିସେମ୍ବର ୯ରୁ ରାଜ୍ୟକୁ ଫେରିଥିବା ବ୍ରିଟେନ୍ ଫେରନ୍ତାଙ୍କ ମୋବାଇଲ୍ ଫୋନ୍ ସ୍ବିଚ୍ ଅଫ୍ ଅବା ନଟ୍ ରିଚେବୁଲ୍ ରହିଛି। ଏହାକୁ ନେଇ ପ୍ରଶାସନ ପକ୍ଷରୁ ଏବେ ସେମାନଙ୍କ ଠିକଣା ଯୋଗାଡ଼ ପାଇଁ ଯୋଜନା କରାଯାଉଛି।