Categories: ବାଣିଜ୍ୟ

ରିଲାଏନ୍ସ ଜିଓକୁ ନୂଆ ସଫଳତା

ଭୁବନେଶ୍ୱର,୯।୬: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ତଥା ରିଲାଏନ୍ସ ଜିଓକୁ ନିକଟରେ ଆଉ ଏକ ସଫଳତା ମିଳିଛି। ଏପରିକି ଜିଓର ଷ୍ଟାଣ୍ଡାଲୋନ୍‌ ୫ଜି ନେଟ୍‌ୱାର୍କ ବଳରେ ଜିଓ ଏୟାରଫାଇବର ଗ୍ରାହକଙ୍କୁ ଉଚ୍ଚମାନର ହାଇସ୍ପିଡ୍‌ ଡାଟା ଯୋଗାଇବାରେ ସକ୍ଷମ ହେଉଥିବା ବିଶ୍ୱର ପ୍ରସିଦ୍ଧ ମୋବାଇଲ ନେଟ୍‌ୱର୍କ ଆନାଲିଟିକ୍ସ କମ୍ପାନୀ ଓପନ୍‌ ସିଗ୍‌ନାଲ ତା’ର ଏକ ରିପୋର୍ଟରେ ପ୍ରକାଶ କରିଛି। ଓପନ୍‌ ସିଗ୍‌ନାଲ କହିବା ଅନୁଯାୟୀ ଜିଓର ଫିକ୍ସଡ୍‌ ୱେରଲେସ ସେବା ଜିଓ ଏୟାରଫାଇବର ଜରିଆରେ ଗ୍ରାହକମାନେ ମାସକୁ ହାରାହାରି ୪୦୦ଜିବି ଡାଟା ବ୍ୟବହାର କରୁଛନ୍ତି। ମୋବାଇଲ ଗ୍ରାହକଙ୍କ ତୁଳନାରେ ଏହି ପରିମାଣର ଡାଟା ବ୍ୟବହାର ବେଶ୍‌ ଅଧିକ ରହିଛି। ଏହା ସତ୍ତ୍ୱେ ଜିଓ ଏୟାରଫାଇବରର ବେଗ ଏବଂ ଗୁଣାତ୍ମକ ସ୍କୋର ୫ଜି ମୋବାଇଲ ନେଟ୍‌ୱର୍କ ଭଳି ସମାନ ରହିଛି।

ଉଲ୍ଲେଖଯୋଗ୍ୟ , ଜିଓର ୫ଜି ନେଟ୍‌ୱର୍କର ବେଗ ଦେଶରେ ସର୍ବାଧିକ ରହିଥିଲାବେଳେ ବର୍ତ୍ତମାନ ଭାରତରେ ଫିକ୍ସଡ୍‌ ୱେରଲେସ ସେବା ମଧ୍ୟ କେବଳ ରିଲାଏନ୍ସ ଜିଓ ଷ୍ଟାଣ୍ଡାଲୋନ୍‌ ୫ଜି ନେଟ୍‌ୱର୍କ ବ୍ୟବହାର କରୁଛି। ଓପନ୍‌ ସିଗ୍‌ନାଲ ଅନୁଯାୟୀ ଷ୍ଟାଣ୍ଡାଲୋନ୍‌ ୫ଜି ସହ ନେଟ୍‌ୱର୍କ ସ୍ଲାଇସିଂ ଟେକ୍ନୋଲୋଜି ମଧ୍ୟ ଜିଓ ଏୟାରଫାଇବରକୁ ଡାଟା ବ୍ୟବହାର ପରିଚାଳନା କରିବାରେ ସାହାଯ୍ୟ କରୁଛି। ଏହି ରିପୋର୍ଟରେ କୁହାଯାଇଛି ଏହି ଟେକ୍ନୋଲୋଜିର ଲାଭକୁ ବିଚାରକରି ଏୟାରଟେଲ ମଧ୍ୟ ଷ୍ଟାଣ୍ଡାଲୋନ ୫ଜି ନେଟ୍‌ୱର୍କରେ ଫିକ୍ସଡ୍‌ ୱେରଲେସ ସେବା ଆଣିବାକୁ ପ୍ରସ୍ତୁତ ହେଉଛି। ଯେଉଁ ଅଞ୍ଚଳଗୁଡିକରେ ବ୍ରଡ୍‌ବ୍ୟାଣ୍ଡ କଭରେଜ୍‌ କମ୍‌ ରହିଛି, ସେସବୁ ଅଞ୍ଚଳକୁ ହାଇ-ସ୍ପିଡ୍‌ ନେଟ୍‌ୱର୍କ କଭରେଜ ମଧ୍ୟକୁ ଆଣିବା ପାଇଁ ରିଲାଏନ୍ସ ଜିଓ ଗତ ବର୍ଷ ଜିଓ ଏୟାରଫାଇବର ସେବା ଶୁଭାରମ୍ଭ କରିଥିଲା। ଜିଓ ଏୟାରଫାଇବରର ଅଧିକ ଚାହିଦା ଛୋଟ ସହରଗୁଡିକରୁ ଆସୁଛି। ଏପରିକି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଜିଓ ୫୯୯ ଟଙ୍କାରୁ ଆରମ୍ଭ ହେଉଥିବା ଅନେକ ସୁଲଭ ପ୍ଲାନ୍‌ ମଧ୍ୟ ଆରମ୍ଭ କରିଛି। ଏହି ସେବା ସହ ୧୦କୋଟି ପରିସରକୁ ସଂଯୋଗ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି।

Share