Categories: ବାଣିଜ୍ୟ

ଜୀ-ସାର୍ଥକର ନୂଆ ଟ୍ୟାଗ୍‌ଲାଇନ ଉନ୍ମୋଚିତ

ଭୁବନେଶ୍ୱର,୧।୬: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଟିଭି ଚ୍ୟାନେଲ ଜୀ-ସାର୍ଥକର ନୂଆ ଟ୍ୟାଗ୍‌ଲାଇନ ‘ରଚିବା ନିତି କାଲିର ଭିତ୍ତି’ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ନୂତନ ଟ୍ୟାଗ୍‌ଲାଇନ ମାଧ୍ୟମରେ ଜୀ-ସାର୍ଥକ ଓଡ଼ିଶାର ପ୍ରଗତିଶୀଳ ସଶକ୍ତ ଓଡ଼ିଆ ମହିଳା ଚିନ୍ତାଧାରାକୁ ଦର୍ଶାଇବାକୁ ତିଆରି ହୋଇଛି ବୋଲି କୁହାଯାଉଛି। ଏ ସମ୍ପର୍କରେ ଜୀ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ର ଇଷ୍ଟ ଚ୍ୟାନେଲ ମୁଖ୍ୟ କ୍ଲଷ୍ଟର ଅଫିସର ସମ୍ରାଟ ଘୋଷ କହିଛନ୍ତି, ନଂ. ୧ ଜିଇସି ଚ୍ୟାନେଲ ଭାବେ ଜୀ-ସାର୍ଥକ ଓଡ଼ିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ ସର୍ବଦା ଆଣିଛି। ରାଜ୍ୟର ଗଭୀର ସାଂସ୍କୃତିକ ଆଭିମୁଖ୍ୟ ସହ ସର୍ବଦା ନୂତନ ପ୍ରଗତି ଦିଗରେ ଛୋଟ, ଅର୍ଥପୂର୍ଣ୍ଣ ପଦକ୍ଷେପ ନେଇଥାଏ। ଏହା ପ୍ରତିଦିନ ଓଡ଼ିଆ ମହିଳାମାନଙ୍କ ଆତ୍ମବିଶ୍ୱାସକୁ ଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି, ଯାହାଦ୍ବାରା ଚ୍ୟାନେଲ ଏକ ଉତ୍ତମ, ଉଜ୍ଜ୍ୱଳ ଭବିଷ୍ୟତ ଖୋଜିବା ପାଇଁ ଏକ ସକ୍ଷମକାରୀ ହୋଇପାରିବ ବୋଲି ଆମର ଆଶା ରହିଛି। ସେହିଭଳି ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍‌ କହିଛନ୍ତି, ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ। ବିଶେଷକରି ସାଥିରେ, ମୁଁ ବି ବିଜୟିନୀ, ତୁ ଖରା ମଁୁ ଛାଇ, ଖୁସିର ଛୁଙ୍କ ଓ ରଜ କୁଇନ୍‌ ପରି ପ୍ରୋଗ୍ରାମ୍‌ ଏକ ନୂତନ ବ୍ରାଣ୍ଡ୍‌ର ସ୍ଥିତିକୁ ସୁଦୃଢ଼ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।

Share