Categories: ବାଣିଜ୍ୟ

ବଜାରରେ ନ୍ୟୁ ଟାଟା ଏସିଇ ଇଭି

ଭୁବନେଶ୍ୱର,୨୬।୮: ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ (ଇଭି) ନିର୍ମାତା ତଥା ଟାଟା ମୋଟର୍ସର ବହୁ ପ୍ରତୀକ୍ଷିତ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ନ୍ୟୁ ଟାଟା ଏସିଇ ଇଭି’ର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଟାଟା ମୋଟର୍ସର ସ୍ବୀକୃତିପ୍ରାପ୍ତ ଡିଲର କନ୍‌ସୋର୍ଟିୟମ ଅଟୋମୋବାଇଲ୍ସ (କନ୍‌ସୋର୍ଟିୟମ ଅଟୋମୋବାଇଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌) ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ଟାଟା ମୋଟର୍ସ ଫାଇନାନ୍ସର ଆଞ୍ଚଳିକ ଉତ୍ପାଦ ମୁଖ୍ୟ ବିଶ୍ୱରଞ୍ଜନ ଗଡ଼ନାୟକ,ଚୋଳମଣ୍ଡଳମ ଫାଇନାନ୍ସର ଜୋନାଲ ହେଡ୍‌ ଅନୀଲ ରାଓ୍ବତଙ୍କ ସମେତ କନ୍‌ସୋର୍ଟିୟମ ଅଟୋମୋବାଇଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ବିଶାଲ ଧାଓ୍ବନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ କରିଥିଲେ। ବିଶେଷକରି ନ୍ୟୁ ଟାଟା ଏସିଇ ଇଭିରେ ଅନେକ ବୈଶିଷ୍ଟ୍ୟ ସାଙ୍ଗକୁ କିଛି ନୂଆ ଫିଚର ସଂଯୋଗ କରାଯାଇଛି। ଏପରିକି ଏହାକୁ ଥରେ ଚାର୍ଜ କଲେ ୧୪୦ରୁ ୧୫୪ କି.ମି. ପର୍ଯ୍ୟନ୍ତ ବିନା ବାଧାରେ ଗତି କରିଥାଏ। ସେହିଭଳି ଫାଷ୍ଟ ଚାର୍ଜିଂ ସହ କୁଲିଂ ଆଣ୍ଡ ବ୍ୟାଟେରି ଲାଇଫ ବହୁ ଭଲ ଥିବାବେଳେ ଅନ୍ୟାନ୍ୟ ସୁବିଧା ଓ ଆକର୍ଷଣୀୟ ସହାୟତା ଉଭୟ କମ୍ପାନୀ ଏବଂ ସରକାରୀ କ୍ଷେତ୍ରରୁ ଗ୍ରାହକଙ୍କୁ ମିଳିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଟାଟା ମୋଟର୍ସର ସ୍ମଲ୍‌ କମର୍ସିଆଲ ଭେଇକିଲ (ଏସ୍‌ସିଭି) ବର୍ଗରେ ଯାଉଥିବା ଏହି ଇଭି ମଡେଲର ୨ ଭାରିଆଣ୍ଟ ଓଡ଼ିଶା ବଜାରରେ ଆନୁଷ୍ଠାନିକ ଭାବେ ପ୍ରବେଶ ହୋଇଥିବାବେଳେ ଆଶାୟୀ ଗ୍ରାହକଙ୍କୁ ଅନ୍ୟ କମ୍ପାନୀର ଗାଡ଼ିଠାରୁ ଅଧିକ ଲାଭ ପ୍ରଦାନ କରିବ। ଏହି ଅବସରରେ ପୂର୍ବରୁ ବୁକିଂ କରିଥିବା ଗ୍ରାହକଙ୍କୁ ଗାଡ଼ି ଚାବି ଅତିଥି ଓ ଶୋ’ରୁମ୍‌ ଅଧିକାରୀମାନେ ପ୍ରଦାନ କରିଥିଲେ।

Share