ଆସନ୍ତାକାଲି ଠାରୁ ବିଦେଶ ଯାତ୍ରା ହେବ ମହଙ୍ଗା

ନୂଆଦିଲ୍ଲୀ,୩୦।୯: ବିଦେଶ ଯାତ୍ରା ପାଇଁ ପ୍ଲାନିଂ କରୁଛନ୍ତି କି? ଅକ୍ଟୋବର ୧ ଅର୍ଥାତ୍‌ ଆସନ୍ତାକାଲିଠାରୁ ବିଦେଶ ଯାତ୍ରା ମହଙ୍ଗା ହେବାକୁ ଯାଉଛି। ରବିବାର ଠାରୁ ବିଦେଶୀ ଟୁର୍‌ ପ୍ୟାକେଜ ମହଙ୍ଗା ହେବାକୁ ଯାଉଛି ।
ବିଦେଶ ଯାତ୍ରା ପାଇଁ ୭ଲ୪ଣୁ ଅଧକ ଟୁର ପ୍ୟାକେଜ ଉପରେ ୨୦ପ୍ରତିଶତ ଟିସିଏସ ଦେବାକୁ ପଡିବ। ବର୍ତ୍ତମାନ ୭ପ୍ରତିଶତରୁ ଅଧିକ ମୂଲ୍ୟର ବିଦେଶୀ ଟୁର୍‌ ପ୍ୟାକେଜ ଉପରେ ୫ ପ୍ରତିଶତ ଟିସିଏସ ଆଦାୟ କରାଯାଉଛି, ଯାହା ଆସନ୍ତାକାଲି ଠାରୁ ୨୦ ପ୍ରତିଶତ ହେବ। କିନ୍ତୁ ଯଦି ଆପଣଙ୍କର ଟୁର୍‌ ପ୍ୟାକେଜ ୭ ଲକ୍ଷରୁ କମ ତେବେ ଆପଣଙ୍କୁ କେବଳ ୫ ପ୍ରତିଶତ ଟିସିଏସ ଦେବାକୁ ପଡିବ।

ସରକାରଙ୍କ ଏହି ନିଷ୍ପତ୍ତି ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରଭାବ ପକାଇପାରେ ବୋଲି ଟୁଲ ଅପରେଟରମାନେ କହିଛନ୍ତି। ଟ୍ରାଭେଲ ଏଜେଣ୍ଟସ ଆସୋସିଏସନ ଅଫ ଇଣ୍ଡିଆ ସରକାରଙ୍କୁ ଏହି ଟିସିଏସ ଉପରେ ରୋକ ଲଗାଇବାକୁ ଦାବି କରିଛି। ଏହି କାରଣରୁ ଘରୋଇ ଟୁର୍‌ ଅପରେଟରମାନେ କ୍ଷତି ସହିବେ ବୋଲି ସେ କହିଛନ୍ତି।

Share