ପୃଥିବୀ ଉପରେ ନୂଆ ବିପଦ: ବିରାଟକାୟ ହିମଖଣ୍ଡ ଭାଙ୍ଗିଲା, ଦେଖନ୍ତୁ ଭିଡିଓ…

ଓ୍ବାଶିଂଟନ,୨୫।୧୧ : ସମଗ୍ର ବିଶ୍ୱରେ ପରିବେଶକୁ କ୍ରମାଗତ ଭାବରେ ଅଣଦେଖା କରାଯାଉଛି। ଫଳରେ ଏହାର ପରିଣାମ ମଧ୍ୟ ଖରାପ ହେବାରେ ଲାଗିଛି। ବର୍ତ୍ତମାନ ପୃଥିବୀ ଉପରେ ନୂଆ ବିପଦ ଦେଖାଦେଇଛି। ଏନେଇ ବୈଜ୍ଞାନିକମାନେ କହିଛନ୍ତି ଯେ ଆଣ୍ଟାର୍କଟିକାରେ ଥିବା ସର୍ବବୃହତ ହିମଖଣ୍ଡ ଭାଙ୍ଗିଛି। ପ୍ରାୟ ୩ ଦଶନ୍ଧି ପରେ ଏଭଳି ଘଟିଛି।

ଏହି ହିମଖଣ୍ଡର ନାମ ଏ-୨୩ଏ ରଖାଯାଇଛି। ୧୯୮୬ ରେ, ଏହି ଆଇସବର୍ଗ ଆଣ୍ଟାର୍କଟିକାର ଫିଲଚନର୍‌-ରୋନ ଆଇସ ସେଲ୍ଫ ଉପକୂଳରୁ ଦୂରେଇ ଯାଇଥିଲା। ଏହା ପରେ ଏହା ୱେଡେଲ ସାଗରର ତଳ ଭାଗରେ ଅଟକି ରହିଥିଲା। ପ୍ରାୟ ୩୦ ବର୍ଷ ପରେ, ଆଇସବର୍ଗ ଏ-୨୩ଏ ନିଜ ସ୍ଥାନରୁ ଗତି କରିବା ଆରମ୍ଭ କରିଛି। ସମଗ୍ର ପୃଥିବୀର ବୈଜ୍ଞାନିକମାନଙ୍କ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଏହାର ସମାଧାନ ଯଥାଶୀଘ୍ର ଖୋଜାଯାଉଛି।

ଆଇସବର୍ଗ ଏ-୨୩ଏ ର ଆକାର ନ୍ୟୁୟର୍କର ପ୍ରାୟ ତିନି ଗୁଣା। ଏହାର ଅକାାର ୪,୦୦୦ ବର୍ଗ କିଲୋମିଟର। ଉପଗ୍ରହରୁ ନିଆଯାଇଥିବା ଚିତ୍ର ଦ୍ୱାରା ହିମଖଣ୍ଡର ଚଳନ ପ୍ରକାଶ ପାଇଛି। ଏହା ପ୍ରକାଶ କରିଛି ଆଣ୍ଟାର୍କଟିକ ଉପଦ୍ୱୀପର ଉତ୍ତର ଦିଗକୁ ପ୍ରବାହିତ ଏବଂ ପବନ ସହିତ ଏକ ବିରାଟ ହିମଖଣ୍ଡ ଦ୍ରୁତ ଗତିରେ ପ୍ରବାହିତ ହେଉଛି । ପ୍ରାୟ ଏକ ଟ୍ରିଲିୟନ ମେଟ୍ରିକ ଟନ ଓଜନ ବିଶିଷ୍ଟ ଏକ ବଡ଼ ଆଇସବର୍ଗକୁ ଦେଖିବା ଏକ ବିରଳ ଅନୁଭୂତି ।

ବ୍ରିଟିଶ ଆଣ୍ଟାର୍କଟିକ ସର୍ଭେ ଗ୍ଲାସିଓଲୋଜିଷ୍ଟ ଅଲିଭର ମାର୍ଶ ଏକ ଭିଡିଓ ଜାରି କରି କହିଛନ୍ତି ସମୟ ଗଡିବା ସହିତ ବରଫ ମଧ୍ୟ ପତଳା ହୋଇଯାଇଛି। ପତଳା ହେତୁ, ଆଇସବର୍ଗ ଅତିରିକ୍ତ ଗତି ପାଇଥିଲା। ଏହା ତରଳିବା ଯୋଗୁ ହାଲକା ହୋଇ ସମୁଦ୍ର ପତ୍ତନଠାରୁ ଉପରକୁ ଉଠିଯାଇଛି।

Share