ବରଗଡ଼ ଅଫିସ,୧।୭: ବରଗଡ଼ର ନୂଆ ଜିଲାପାଳଭାବେ ମୋନିଷା ବାନାର୍ଜୀ (ଆଇଏଏସ) ଗୁରୁବାର ଯୋଗଦାନ କରିଛନ୍ତି। ବରଗଡ଼ କୃଷି ପ୍ରାଧାନ୍ୟ ଜିଲା ହୋଇଥିବା ଯୋଗୁ ସେ ଧାନ ସଂଗ୍ରହକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ସେହିପରି କୃଷି, ଅଣଧାନ ଚାଷକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଜିଲାପାଳ ବାନାର୍ଜୀ ପ୍ରକାଶ କରିଛନ୍ତି। ଏହା ସହିତ ଆଗକୁ କୋଭିଡ୍ର ତୃତୀୟ ଲହର ଆଶଙ୍କା ଥିବାରୁ ଏହାକୁ ପ୍ରତିହତ ପାଇଁ ପଦକ୍ଷେପ, ଶିକ୍ଷା ତଥା ଅନାଥ ପିଲାଙ୍କ ଭବିଷ୍ୟତ ପାଇଁ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ। ୫-ଟିକୁ ଗୁରୁତ୍ୱ ଦିଆଯିବ। ପ୍ରଶାସନିକ ସେବା ପାଇବାରୁ ଯେଭଳି କାହାକୁ ହଇରାଣ,, ହରକତ ହେବାକୁ ପଡ଼ିବ ନାହିଁ ସେଥିପ୍ରତି ମଧ୍ୟ ଯଥେଷ୍ଟ ଦୃଷ୍ଟି ଦିଆଯିବ ଏବଂ ସମ୍ମିଳିତ ସହଯୋଗରେ ଜିଲାର ବିକାଶ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ବାନାର୍ଜୀ କହିଛନ୍ତି।
Posted inଆମ ଜିଲା ଖବର, ବରଗଡ଼