Posted inଖେଳ

ଓ୍ବିମ୍ବେଲଡନରେ ନୂଆ

ବର୍ଷର ୪ଟି ଗ୍ରାଣ୍ଡସ୍ଲାମ ମଧ୍ୟରୁ ସବୁଠାରୁ ସମ୍ମାନଜନକ ବିବେଚିତ ହେଉଥିବା ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟ ରବିବାର ଶେଷ ହୋଇଛି। ଏହାର ମହିଳା ବିଭାଗ ଫାଇନାଲରେ ବିସ୍ମୟ ସୃଷ୍ଟି କରି ଅଣସିଡେଡ୍‌ ଚେକ୍‌ ରିପବ୍ଲିକର ମାର୍କେଟା ଭୋନ୍ଦ୍ରୋସୋଭା ୬ଷ୍ଠ ସିଡ୍‌ ଟ୍ୟୁନିସିଆର ଓନ୍ସ ଜାବେରଙ୍କୁ ୬-୪, ୬-୪ ସେଟ୍‌ରେ ହରାଇ ଚାମ୍ପିୟନ ହୋଇଛନ୍ତି। ପୁରୁଷ ବିଭାଗରେ ମଧ୍ୟ ଜଣେ ନୂଆ ଚାମ୍ପିୟନଙ୍କୁ ଦେଖିବାକୁ ମିଳିଛି। ୭ ଥର ଚାମ୍ପିୟନ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ଙ୍କୁ ଏକ ମାରାଥନ୍‌ ମୁକାବିଲାରେ ୧-୬, ୭-୬ (୮/୬), ୬-୧, ୩-୬, ୬-୪ ସେଟ୍‌ରେ ହରାଇ ସ୍ପେନ୍‌ର କାର୍ଲୋସ ଅଲକାରାଜ ବିଜୟ ମୁକୁଟ ପିନ୍ଧିଛନ୍ତି। ଜୋକୋଭିଚ୍‌ଙ୍କ ବିପକ୍ଷରେ ଅଲ୍‌କାରାଜଙ୍କର ଏହାଥିଲା ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏଥିସହ ସେ ନିଜର ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗ୍‌କୁ ସୁଦୃଢ଼ କରିଛନ୍ତି। ମହିଳା ସିଙ୍ଗଲ୍ସରେ ନମ୍ବର ଓ୍ବାନ ର଼୍ୟାଙ୍କ୍‌ପ୍ରାପ୍ତ ଇଗା ସ୍ବିଟେକଙ୍କ ଅଭିଯାନ କ୍ୱାର୍ଟର ଫାଇନାଲରୁ ଶେଷ ହୋଇଥିଲା। ସେହିପରି ଦ୍ୱିତୀୟ ସିଡ୍‌ ଆରିନା ସାବାଲେଙ୍କା ସେମିଫାଇନାଲରୁ ବିଦାୟ ନେଇଥିଲେ। ଟୁର୍ନାମେଣ୍ଟରେ ବିପର୍ଯ୍ୟୟ ପରେ ବିପର୍ଯ୍ୟୟ ସୃଷ୍ଟି କରିଥିବା ଭୋନ୍ଦ୍ରୋସୋଭା ଫାଇନାଲରେ ମଧ୍ୟ ଜାବେରଙ୍କୁ ଚକ୍‌ମା ଦେଇ ଜଣେ ଅଣ ସିଡେଡ୍‌ ଖେଳାଳି ମଧ୍ୟ ଗ୍ରାଣ୍ଡସ୍ଲାମ ଚାମ୍ପିୟନ ହୋଇପାରେ ବୋଲି ପ୍ରମାଣିତ କରିଛନ୍ତି।
ତୃତୀୟ ସ୍ପାନିଶ୍‌ ଖେଳାଳି
ଜୋକୋଭିଚ୍‌ଙ୍କୁ ହରାଇବା ପରେ ଅଲ୍‌କାରାଜ ଅନେକ ରେକର୍ଡର ଅଧିକାରୀ ହୋଇଥିଲେ। ସେ ତୃତୀୟ ସ୍ପାନିଶ୍‌ ଖେଳାଳିଭାବେ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ଗୌରବ ଅର୍ଜନ କରିଥିଲେ। ତାଙ୍କ ପୂର୍ବରୁ ମାନୁଏଲ ସାଣ୍ଟାନା ୧୯୬୬ ଓ ରାଫାଲ ନାଡାଲ ୨୦୦୮ ଓ ୨୦୧୦ରେ ଓ୍ବିମ୍ବେଲଡନରେ ବିଜୟ ମୁକୁଟ ପିନ୍ଧିଥିଲେ। ଏହା ବ୍ୟତୀତ ସେ ତୃତୀୟ ସର୍ବକନିଷ୍ଠ ଖେଳାଳିଭାବେ ଓ୍ବିମ୍ବେଲଡନରେ ଟାଇଟଲ ହାସଲ କରିଥିଲେ। ଏହି ତାଲିକାରେ ସେ ବିଜନ ବର୍ଗ ଓ ବୋରିସ ବେକରଙ୍କ ତଳକୁ ସ୍ଥାନ ପାଇଥିଲେ। କେବଳ ସେତିକି ନୁହେଁ, ୪ର୍ଥ ସ୍ପାନିଶ ଖେଳାଳିଭାବେ ସେ ଏକାଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ସୌଭାଗ୍ୟ ପାଇଥିଲେ। ନାଡାଲ, ସାଣ୍ଟାନା ଓ ସର୍ଗି ବ୍ରୁଗୁଏରାଙ୍କ ପଥର ପଥିକ ହୋଇଥିଲେ ଅଲ୍‌କାରାଜ। ୨୦୨୨ରେ ସେ ୟୁଏସ୍‌ ଓପନ ଟାଇଟଲ ଜିତିଥିବାରୁ ଏବେ ୨ଟି ଗ୍ରାଣ୍ଡସ୍ଲାମ ଜିତିବାର କୃତିତ୍ୱ ଅର୍ଜନ କରିଛନ୍ତି। ୨୧ ବର୍ଷରେ ପଦାର୍ପଣ କରିବା ପୂର୍ବରୁ ମାତ୍ର ୪ ଜଣ ଖେଳାଳି ଏକାଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ରେକର୍ଡ କରିଥିଲେ। ଏବେ ୫ମ ଖେଳାଳିଭାବେ ଅଲ୍‌କାରାଜ ଏହି ବିରଳ କ୍ଲବରେ ସାମିଲ ହୋଇଛନ୍ତି। ମ୍ୟାଟ୍ସ ଓ୍ବିଲାଣ୍ଡର ୨୧ ବର୍ଷରେ ପହଞ୍ଚତ୍ବା ପୂର୍ବରୁ ୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବାରୁ ଏହି ତାଲିକାର ଶୀର୍ଷରେ ରହିଛନ୍ତି। ବିଜନ ବର୍ଗ ୩ଟି ଏବଂ ବେକର ଓ ନାଡାଲ ୨ଟି ଲେଖାଏ ଟାଇଟଲ ଜିତି ଏଥିରେ ପଛକୁପଛ ରହିଛନ୍ତି। ଆଉ ଏକ ରୋଚକ କଥା ହେଲା ଓ୍ବିମ୍ବେଲଡନର ଗତ ୨୦ ବର୍ଷ ଇତିହାସରେ ପ୍ରଥମଥର ପାଇଁ ରୋଜର ଫେଡେରର, ରାଫାଲ ନାଡାଲ ନୋଭାକ ଜୋକୋଭିଚ୍‌ ଓ ଆଣ୍ଡି ମୁରେଙ୍କ ବ୍ୟତୀତ ଅନ୍ୟ ଜଣେ କେହି ଖେଳାଳି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ଅଲକାରାଜ।
ପ୍ରଥମ ଅଣସିଡେଡ
୨୪ ବର୍ଷୀୟ ଭୋନ୍ଦ୍ରୋସୋଭା ମଧ୍ୟ ଜୀବନର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ପଥରେ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। ଓ୍ବିମ୍ବେଲଡନରେ ମହିଳା ସିଙ୍ଗଲ୍ସ ଜିତିବାରେ ସେ ହେଉଛନ୍ତି ଓପନ ଯୁଗର ପ୍ରଥମ ଅଣସିଡେଡ ଖେଳାଳି। ଜାନା ନୋଭୋନତ୍ା ଓ ପେଟ୍ରା କ୍ୱିଟେଭାଙ୍କ ପରେ ତୃତୀୟ ଚେକ୍‌ ଖେଳାଳିଭାବେ ସେ ଏଠାରେ ବିଜେତା ଟ୍ରଫି ଧରିବାର ସୌଭାଗ୍ୟ ପାଇଛନ୍ତି। ଓ୍ବିମ୍ବେଲଡନରେ ଚାମ୍ପିୟନ ହେବା ପୂର୍ବରୁ ଭୋନ୍ଦ୍ରୋସୋଭା ମାତ୍ର ୪ଟି ଟୁର୍‌-ଲେଭଲ ଟାଇଟଲ ଜିତିଥିଲେ। କେବଳ ମାର୍ଟିନା ହିଙ୍ଗିସ ମାତ୍ର ୩ଟି ଟୁର୍‌-ଲେଭଲ ଟ୍ରଫି ଜିତି ୧୯୯୭ରେ ଟାଇଟଲ ହାସଲ କରିଥିଲେ। ଏହା ବ୍ୟତୀତ ଓପନ ଯୁଗରେ ୫ମ ବାମହାତୀ ମହିଳା ଖେଳାଳିଭାବେ ସେ ଓ୍ବିମ୍ବେଲଡନ ମହିଳା ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ତାଙ୍କ ପୂର୍ବରୁ ଆନ୍‌ ଜୋନେସ, ମାର୍ଟିନା ନାଭ୍ରାତିଲୋଭା, ପେଟ୍ରା କ୍ୱିଟୋଭା ଓ ଆଞ୍ଜେଲିକ୍‌ କର୍ବର ବାମ ହାତର କମାଲ ଦେଖାଇଛନ୍ତି। ଟାଇଟଲ ହାସଲ ପଥରେ ଭୋନ୍ଦ୍ରୋସୋଭା ୫ ଜଣ ସିଡେଡ୍‌ ଖେଳାଳିଙ୍କୁ ପରାସ୍ତ କରି ଏକାଧିକ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ୨୦୧୧ରେ କ୍ୱିଟୋଭାଙ୍କ ପରେ ସେ ଏପରି ସଫଳତା ପାଇବାରେ ପ୍ରଥମ ମହିଳା ଖେଳାଳି। ଓପନ ଯୁଗରେ ଏକ ବଡ଼ ଟୁର୍ନାମେଣ୍ଟ ଟାଇଟଲ ଜିତିବାରେ ସେ ହେଉଛନ୍ତି ୮ମ ଅଣସିଡେଡ ଖେଳାଳି। ଏହାଛଡ଼ା ଓପନ ଯୁଗରେ ୨୪ତମ ମହିଳା ଖେଳାଳିଭାବେ ସେ ଓ୍ବିମ୍ବେଲଡନ ସିଙ୍ଗଲ୍ସ ଟାଇଟଲ ଜିତିବାର ସୌଭାଗ୍ୟ ପାଇଛନ୍ତି। ଓ୍ବିମ୍ବେଲଡନ ଟାଇଟଲ ଜିତିବା ବେଳକୁ ଭୋନ୍ଦ୍ରୋସୋଭାଙ୍କ ର଼୍ୟାଙ୍କିଙ୍ଗ୍‌ ୪୨ଥିଲା। ତେଣୁ ଓପନ ଯୁଗରେ ସବୁଠାରୁ ନିମ୍ନ ର଼୍ୟାଙ୍କ୍‌ପ୍ରାପ୍ତ ଖେଳାଳିଭାବେ ସେ ଚାମ୍ପିୟନ ହୋଇଛନ୍ତି। ଓଭରଅଲ୍‌ ୫୯ତମ ମହିଳା ଖେଳାଳିଭାବେ ସେ ଓପନ ଯୁଗରେ ଏକ ଗ୍ରାଣ୍ଡସ୍ଲାମ ଜିତିବାର ରେକର୍ଡ କରିଛନ୍ତି।
-ପ୍ରସ୍ତୁତି: ତପନ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri