Categories: ଜାତୀୟ

‘ନଡ଼ିଆ ବାଡ଼େଇ ରାସ୍ତା ଭାଙ୍ଗିବା ଭାଜପା ଆରମ୍ଭ କରିଛି’

ମଥୁରା,୭।୧୨: ପୂର୍ବରୁ ପରମ୍ପରା ଥିଲା ରାସ୍ତାରେ ନଡ଼ିଆ ପିଟିଲେ ନଡ଼ିଆ ଫାଟୁଥିଲା। କିନ୍ତୁ ଏବେ ରାସ୍ତାରେ ନଡ଼ିଆ ପିଟିଲେ, ରାସ୍ତା ଫାଟୁଛି। ଏହି ପରମ୍ପରା ଭାଜପା ଆରମ୍ଭ କରିଛି। ଏଭଳି ଢ଼ଙ୍ଗରେ ଶାସକ ଭାଜପା ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଛନ୍ତି ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ।

ଚଳିତ ମାସରେ ବିଜନୋର ସଦାର ଭାଜପା ବିଧାୟକ ସୁଚି ସୌସମ ଚୌଧୁରୀ ୭ କିମି ରାସ୍ତାର ଉଦ୍‌ଘାଟନ କରିଥିଲେ। ୧.୧୬ କୋଟି ଟଙ୍କାରେ ନିର୍ମିତ ରାସ୍ତାରେ ଭାଜପା ବିଧାୟକ ନଡ଼ିଆ ପିଟିବା ପରେ ରାସ୍ତାରେ ଫାଟି ଯାଇଥିଲା।

ମଥୁରାରେ ଆୟୋଜିତ ରାଲିକୁ ସମ୍ବୋଧନ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ୟୁପିବାସୀ ଭାଜପାଠୁ ଅତିଷ୍ଟ ହୋଇପଡ଼ିଲେଣି। ଲୋକଙ୍କ ରାଗ ଦେଖି ଲାଗୁଛି, ଭାଜପା ୪୦୦ ଆସନରେ ହାରିପାରେ। ପଶ୍ଚିମ ୟୁପିରୁ ସେମାନଙ୍କ ମୂଳପୋଛ ହୋଇଯିବ।

Share