Categories: ମେଟ୍ରୋ

ନୂଆରୂପରେ ଟ୍ରାଫିକ ପୋଷ୍ଟ

ଭୁବନେଶ୍ୱର, ୧୦।୧ (ବ୍ୟୁରୋ): ବିଶ୍ୱକପ୍‌ ହକି ପାଇଁ ବିଏମ୍‌ସି, ବିଡିଏ ଏବଂ ସ୍ମାର୍ଟସିଟି ପକ୍ଷରୁ ରାଜଧାନୀ ଭୁବନେଶ୍ୱରକୁ ସଜେଇବା ପାଇଁ ଜୋର୍‌ଦାର ପ୍ରୟାସ ଚାଲିଛି। ରାଜଧାନୀରେ ୯ଟି ନୂଆ ଟ୍ରାଫିକ୍‌ ପୋଷ୍ଟ ନିର୍ମାଣ କରାଯାଇଛି। ଏହି ଟ୍ରାଫିକ୍‌ ପୋଷ୍ଟ ଗୁଡିକ ଅର୍କକ୍ଷେତ୍ର କୋଣାର୍କ କିର୍ତ୍ତୀରାଜ ଗୌରବ ବହନ କରିବ, ଯେଉଁଥିରେ କୋଣାର୍କର ସଙ୍କେତ ସ୍ଥାନ ପାଇଛିି। ୫୦ ଲକ୍ଷ ଟଙ୍କା ବ୍ୟୟରେ ଶିଶୁଭବନ ଛକ, ଏଜିଛକ, ଏୟାରପୋର୍ଟ ଛକ, କ୍ୟାପିଟାଲ ହସ୍ପିଟାଲ ଛକ, ରୂପାଲି ଛକ, ବେହେରା ସାହି ଛକ, ପୋଲିସ କମିଶନରେଟ୍‌ ଛକ, ରାମ ମନ୍ଦିର ଏବଂ ବାଣୀବିହାର ଛକରେ ନୂତନ ଟ୍ରାଫିକ୍‌ ପୋଷ୍ଟ ନିର୍ମାଣ ହୋଇଛି। ଏଠାରେ ସିସିଟିଭି କ୍ୟାମେରା ସହିତ ସୋଲାର ସିଷ୍ଟମରେ ଫ୍ୟାନ୍‌ ବୁଲିବ, ମୋବାଇଲ ଚାର୍ଜ ଏବଂ ମାଇକ୍ରୋଫୋନ୍‌ର ବ୍ୟବସ୍ଥା ରହିବ। ରାଜଧାନୀର ଏହି ପ୍ରମୁଖ ଛକଗୁଡିକରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ଲୋକମାନେ ଯାତାୟାତ କରିଥାନ୍ତି। ସ୍ମାର୍ଟସିଟିର ଏଭଳି ପ୍ରୟାସ ଲୋକମାନଙ୍କୁ କୋଣାର୍କର ଏତିହ୍ୟ ଗାଥା କଥା ମନେ ପକାଇବ।

Share