ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ନୂଆ ମୋଡ଼: ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଡ୍ରାଇଭର କହିଲେ ଏଭଳି କଥା

ଭୁବନେଶ୍ୱର,୧୭।୭(ବ୍ୟୁରୋ): ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ବେଳକୁ ବେଳ ନୂଆ ମୋଡ ନେଉଛି। ଉକ୍ତଦିନ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଚଳାଇଥିବା ଡ୍ରାଇଭର ଏବେ ନୂଆ ଟୁଇଷ୍ଟ ଆଣିଛନ୍ତି। ସେଦିନ ଏକ୍ସପ୍ରେସ କାହାକୁ ଧକ୍କା ଦେଇନାହିଁ ବୋଲି ଡ୍ରାଇଭର କହିଛନ୍ତି। ରାତି ୮ଟା ୨୦ରେ ରେତଙ୍ଗ ଛାଡ଼ିଲି, ୮ଟା ୩୫ରୁ ୪୦ରେ ଭୁବନେଶ୍ୱର ପହଞ୍ଚିଲି। ତା ଭିତରେ କୌଣସିଠାରେ କାହାକୁ ମୋ ଟ୍ରେନ୍‌ ଧକ୍କା ଦେଇନି। କାହାକୁ ଧକ୍କା ଦେଇଥିଲେ ମୁଁ ନିଶ୍ଚିତ ଜାଣିପାରିଥାନ୍ତି, ରିପୋର୍ଟ କରିଥାନ୍ତି ବୋଲି ସେ କହିଛନ୍ତି। ତେବେ ଆଦିତ୍ୟଙ୍କୁ ପୁରୁଷୋତ୍ତମ ଏକ୍ସପ୍ରେସ ଧକ୍କା ଦେଇଥିବା ନେଇ ପୂର୍ବରୁ ଚର୍ଚ୍ଚା ହୋଇଥିଲା।

Share