ତୁନିଶାଙ୍କ ଆତ୍ମହତ୍ୟା ମାମଲାରେ ନୂଆମୋଡ଼

ମୁମ୍ବାଇ: ଜଣାଶୁଣା ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁକୁ ନେଇ ନାନା ଚର୍ଚ୍ଚା ହେଉଛି। ପୋଲିସ ତାଙ୍କ ମା’ ବନିତା ଶର୍ମାଙ୍କ ବୟାନ ରେକର୍ଡ କରିବାକୁ ଥାନାକୁ ଡକାଇଛି। ତାଙ୍କ ମା’ ଶିଜାନ ମହମ୍ମଦ ଖାନଙ୍କ ଉପରେ ଡ୍ରଗ୍ସ ବ୍ୟବହାର କରୁଥିବା ଅଭିଯୋଗ ଆଣିଥିଲେ। ଶିଜାନ ଏବଂ ତୁନିଶାଙ୍କ ପ୍ରେମ ସମ୍ପର୍କକୁ ନେଇ ଖବର ମଧ୍ୟ ଭାଇରାଲ ହେବାରେ ଲାଗିଛି।

ବନିତା ଶିଜାନ ଡ୍ରଗ୍ସ ନେଇଥିବା ଅଭିଯୋଗ କରିଛନ୍ତି। ଏହାପୂର୍ବରୁ ଓ୍ବାଲିଭ ପୋଲିସ ବନିତା ଶର୍ମା, ପଓ୍ବନ ଶର୍ମା ଏବଂ ସେମାନଙ୍କ ଡ୍ରାଇଭରଙ୍କୁ ପଚରାଉଚରା ପାଇଁ ଡାକିଥିଲେ। ଶନିବାର ‘ଅଲି ବାବା: ଦସ୍ତାନ-ଏ-କାବୁଲ’ରେ ଶୁଟିଂସେଟରେ ତୁନିଶାଙ୍କ ମୃତଦେହ ମିଳିଥିଲା। ଏହା ପରେ ଆତ୍ମହତ୍ୟା କରିବା ଅଭିଯୋଗରେ ପୋଲିସ ଶିଜାନଙ୍କୁ ଗିରଫ କରିଥିଲା।

ତୁନିଶାଙ୍କ ମା’ ପୂର୍ବରୁ ଶିଜାନଙ୍କର ଅନେକ ଝିଅଙ୍କ ସହ ସମ୍ପର୍କ ଥିବାର ଅଭିଯୋଗ ଆଣିଥିଲେ। ବନିତାଙ୍କ ଅଭିଯୋଗ ଉପରେ ଶିଜାନଙ୍କୁ ପଚରାଉଚରା କରିବ ବୋଲି ପୋଲିସ କହିଛି। ଏହା ମଧ୍ୟ ଗଭୀର ଭାବେ ଯାଞ୍ଚ କରୁଛି ବୋଲି ପୋଲିସ କହିଛି। ଏହାପୂର୍ବରୁ ପୋଲିସ କହିଥିଲା, ଶିଜାନ ପ୍ରଶ୍ନର ସଠିକ ଉତ୍ତର ଦେଇପାରୁ ନାହାନ୍ତି କି ତଦନ୍ତରେ ସାହାଯ୍ୟ କରୁନାହାନ୍ତି।

Share