ନୂଆ ଟାଇଫଏଡ୍‌ ଟିକା

ନବଜାତ ଶିଶୁକୁ ବିଭିନ୍ନ ରୋଗ କବଳରୁ ରକ୍ଷା କରିବା ପାଇଁ ଜନ୍ମ ପରେ ହିଁ କେତେକ ଟିକା ଦିଆଯାଇଥାଏ। ଏହି ପ୍ରକ୍ରିୟା କିଛି ବର୍ଷ ପର୍ଯ୍ୟନ୍ତ ଚାଲିଥାଏ। ତନ୍ମଧ୍ୟରୁ ଟାଇଫଏଡ୍‌ ଟିକା ଅନ୍ୟତମ। ନିକଟରେ ଟାଇଫଏଡ୍‌ ପାଇଁ ଏକ ନୂଆ ଟିକା ପ୍ରସ୍ତୁତ କରାଯାଇଛି। ଦୀର୍ଘ ବର୍ଷ ଗବେଷଣା ପରେ ଜାପାନସ୍ଥିତ ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏହାକୁ ତିଆରି କରିବାରେ ସକ୍ଷମ ହୋଇଛନ୍ତି। ଉକ୍ତ ନୂଆ ଟିକା ଥରେ ଶିଶୁକୁ ଦିଆଗଲେ ତାହା ୧୦ବର୍ଷ ପର୍ଯ୍ୟନ୍ତ କାମ କରିଥାଏ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହାଦ୍ୱାରା ଟାଇଫଏଡ୍‌ଜନିତ ମୃତ୍ୟୁହାରକୁ କେତେକାଂଶରେ ରୋକାଯାଇ ପାରିବ ବୋଲି ପ୍ରସ୍ତୁତକାରୀ ବିଶେଷଜ୍ଞମାନେ ଆଶା ରଖିଛନ୍ତି।