Categories: ଜାତୀୟ

ପାର୍ଲାମେଣ୍ଟ କର୍ମଚାରୀଙ୍କ ନୂଆ ପୋଷାକରେ ପଦ୍ମ

ନୂଆଦିଲ୍ଲୀ,୧୩ା୯(ପି.ଟି.): ପାର୍ଲାମେଣ୍ଟ କର୍ମଚାରୀମାନଙ୍କ ନୂଆ ପୋଷାକରେ ଭାଜପାର ନିର୍ବାଚନୀ ଚିହ୍ନ ‘ପଦ୍ମ’ ଛପାହେବା ଖବର ପ୍ରକାଶ ପାଇବା ପରେ କଂଗ୍ରେସ ନିନ୍ଦା କରିଛି। ଭାଜପା ପାର୍ଲାମେଣ୍ଟରେ ଏକତରଫା ଭାବେ ପକ୍ଷପାତପୂର୍ଣ୍ଣ ଆଚରଣ କରୁଥିବା ବିରୋଧୀ ଦଳ ଅଭିଯୋଗ ଆଣିଛି। ଜାତୀୟ ପ୍ରାଣୀ ବାଘ ଓ ଜାତୀୟ ପକ୍ଷୀ ମୟୂର ପରିବର୍ତ୍ତେ କେବଳ ପଦ୍ମ ଚିହ୍ନ କ’ଣ ପାଇଁ ପୋଷାକରେ ରହିବ ବୋଲି ଲୋକ ସଭାରେ କଂଗ୍ରେସ ହୁଇପ୍‌ ମାନିକମ୍‌ ଟାଗୋର ପ୍ରଶ୍ନ କରିଛନ୍ତି। ଜି୨୦ରେ ସେମାନେ ପଦ୍ମକୁ ବ୍ୟବହାର କରିଥିଲେ। ଏବେ ସେମାନେ ସଂସଦ କର୍ମଚାରୀଙ୍କ ପୋଷାକରେ ତାହାକୁ ଛାପି ଜାତୀୟ ଫୁଲ ବୋଲି କହୁଛନ୍ତି। ପାର୍ଲାମେଣ୍ଟକୁ ସେମାନେ ଦଳୀୟ ପ୍ରତୀକ କରିବାକୁ ଚାହୁଁଥିବା ସେ ସମାଲୋଚନା କରିଛନ୍ତି।

Share